ETV Bharat / bharat

ନାବାଳିକାକୁ ଗଣଦୁଷ୍କର୍ମ ପରେ ଅଶ୍ଲୀଳ ଫୋଟ ଉତ୍ତୋଳନ, ତଦନ୍ତ ଜାରି

author img

By

Published : Oct 7, 2020, 1:56 PM IST

ପରିବାର ଲୋକଙ୍କ ଅନୁପସ୍ଥିତିରେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରାଯିବା ଘଟଣା ସାମ୍ନାକୁ ଆସିଛି । ପୀଡିତା ଓ ପରିବାର ଲୋକଙ୍କ ବୟାନକୁ ଭିତ୍ତିକରି ମାମଲା ରୁଜୁ ହୋଇଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ନାବାଳିକାକୁ ଗଣଦୁଷ୍କର୍ମ ପରେ ଅଶ୍ଲୀଳ ଫୋଟ ଉତ୍ତୋଳନ, ତଦନ୍ତ ଜାରି
ନାବାଳିକାକୁ ଗଣଦୁଷ୍କର୍ମ ପରେ ଅଶ୍ଲୀଳ ଫୋଟ ଉତ୍ତୋଳନ, ତଦନ୍ତ ଜାରି

ଜୟପୁର: ଥମୁନି ଲଜ୍ଜା । ଦେଶରେ ହାଥରସ ଗଣଦୁଷ୍କର୍ମର ନିଆଁ ନ ଲିଭୁଣୁ ପୁଣି ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନର ସରହଦୀ ବାଡ଼ମେର ଅଞ୍ଚଳରେ ମଙ୍ଗଳବାର ଜଣେ 15 ବର୍ଷୀୟ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ନାବାଳିକାଟିର ଅଶ୍ଲୀଳ ଫଟୋ ଉତ୍ତୋଳନ କରାଯାଇଛି । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାରେ ପୋସ୍କୋ ଆକ୍ଟ ଓ ଆଇଟି ଆକ୍ଟ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।

ରାଜ୍ୟରେ ଦୁଷ୍କର୍ମ ମାମଲା ହୁ ହୁ ହୋଇ ବଢି଼ ଚାଲିଛି । ରାଜସ୍ଥାନର ବାଡମେର ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ଦେଶରେ ମହିଳାମାନଙ୍କ ସୁରକ୍ଷା ଉପରେ ପୁନର୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ବାଡମେର ଜିଲ୍ଲା ଶିବ ଥାନା ଅନ୍ତର୍ଗତ ଏକ ଗାଁରେ ମଙ୍ଗଳବାର ପରିବାର ଲୋକଙ୍କ ଅନୁପସ୍ଥିତିରେ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ପୀଡ଼ିତାଙ୍କ ପରିବାର ଲୋକେ ଭୋଟ ଦେବାକୁ ଯାଇଥିବା ସମୟରେ ନାବାଳିକା ଜଣକ ଏକାକି ଘରେ ଥିଲେ । ଏହାର ସୁଯୋଗ ନେଇ ଗାଁର ଦୁଇ ଯୁବକ ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ଏବଂ ଅଶ୍ଲୀଳ ଫଟୋ ଉଠାଇଥିଲେ । ପରିବାର ଲୋକେ ଘରେ ପହଞ୍ଚି ଝିଅକୁ ନ ପାଇବାରୁ ଏଣେତେଣେ ଖୋଜାଖୋଜି କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ପୀଡି଼ତାକୁ ଏକ ପରିତ୍ୟକ୍ତ ସ୍ଥାନରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାଖ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସେଠାରୁ ବାଡମେର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ବାଡ଼ମେର ଜିଲ୍ଲାପାଳ ବିଶ୍ରାମ ମୀଣା ଏବଂ ପୋଲିସ ଅଧୀକ୍ଷକ ଆନନ୍ଦ ଶର୍ମା ଜିଲ୍ଲା ହସ୍ପିଟାଲରେ ପହଞ୍ଚି ପୀଡ଼ିତଙ୍କ ପରିବାର ଠାରୁ ସଂପୂର୍ଣ୍ଣ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି । ପୀଡି଼ତା ଓ ପରିବାର ଲୋକଙ୍କ ବୟାନକୁ ଆଧାର କରି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଅଧୀକ୍ଷକ ଆନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.