ETV Bharat / bharat

ଲକଡାଉନରେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛି ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ - gangotri national park lost lakhs of rupees revenue

କୋରୋନା ଲକଡାଉନରେ ସାରା ବିଶ୍ବ କ୍ଷତି ସହିଥିବା ବେଳେ ବିଶ୍ବ ପ୍ରସିଦ୍ଧ ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ମଧ୍ୟ କ୍ଷତି ସହିଛି । କୋରୋନା ସଂକ୍ରମଣ ଭୟରେ ହୋଇଥିବା ତାଲାବନ୍ଦ ଯୋଗୁଁ ଏଥର ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇନାହିଁ ଉଦ୍ୟାନର ଗେଟ୍ । ଫଳରେ ଉଦ୍ୟାନକୁ ବ୍ୟାପକ କ୍ଷତି ସହିବାକୁ ପଡିଛି । ଅଧିକ ପଢନ୍ତୁ...

gangotri national park lost lakhs of rupees revenue due to lockdown
ଲକଡାଉନ ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷତି ସହିଛି ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ
author img

By

Published : Jun 15, 2020, 5:23 PM IST

ଉତ୍ତରକାଶୀ: କୋରୋନା ଲକଡାଉନରେ ସାରା ବିଶ୍ବ କ୍ଷତି ସହିଥିବା ବେଳେ ବିଶ୍ବ ପ୍ରସିଦ୍ଧ ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ମଧ୍ୟ କ୍ଷତି ସହିଛି । କୋରୋନା ସଂକ୍ରମଣ ଭୟରେ ହୋଇଥିବା ତାଲାବନ୍ଦ ଯୋଗୁଁ ଏଥର ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇନାହିଁ ଉଦ୍ୟାନର ଗେଟ୍ । ଫଳରେ ଶହ ଶହ ପର୍ବତାରୋହୀଙ୍କୁ ନିରାଶ ହେବାକୁ ପଡିଛି । ଏହାଛଡା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନକୁ ବ୍ୟାପକ କ୍ଷତି ସହିବାକୁ ପଡିଛି ।

ଉଦ୍ୟାନ ପ୍ରଶାସନ ଅନୁସାରେ, ଚଳିତ ବର୍ଷ ଜୁନ ମାସ ସୁଦ୍ଧା ଏହି ଉଦ୍ୟାନ ରାଜସ୍ବ ତୁଳନାରେ 25 ଲକ୍ଷ ଟଙ୍କାର କ୍ଷତି ସହିଛି । ଯଦି ଆଗକୁ ଏଭଳି ସ୍ଥିତି ଜାରି ରହିବ ତେବେ ଉଦ୍ୟାନ ପାଖପାଖି 42 ଲକ୍ଷ ରାଜସ୍ବ କ୍ଷତି ସହିବ । ଗତ ବର୍ଷ ଜୁନ ମାସ ସୁଦ୍ଧା ଏହି ଉଦ୍ୟାନକୁ 12 ହଜାର ପର୍ଯ୍ୟଟକ ଏବଂ ପର୍ବତାରୋହୀଙ୍କ ଆଗମନ ହୋଇଥିଲା ।

ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ଗଙ୍ଗୋତ୍ରୀ ଘାଟି ସହିତ ନେଲାଙ୍ଗ ଘାଟିର ପ୍ରାୟ 2,390 ବର୍ଗ କିଲୋମିଟର ଅଞ୍ଚଳ ଆସିଥାଏ । ଗଙ୍ଗୋତ୍ରୀ ଘାଟିରେ ଗୌମୁଖ ସମେତ ତପୋବନ ଏବଂ ପର୍ବତାରୋହୀଙ୍କ ମନପସନ୍ଦ ତଥା ବିଶ୍ବର ଅନେକ ଉଚ୍ଚତମ ଶିଖର ସତୋପନ୍ଥ ସହିତ ଶିବଲିଙ୍ଗ 1 ଏବଂ 2, ଭାଗିରଥୀ 1 ଏବଂ 2, ସୁଦର୍ଶନ ପର୍ବତ ଆଦି ସାମିଲ ରହିଛି । ଏସବୁ ଦେଖିବାକୁ ପ୍ରତିବର୍ଷ ଦେଶ ତଥା ବିଦେଶରୁ ଶହ ଶହ ସଂଖ୍ୟାରେ ପର୍ବତାରୋହୀ ଆସିଥାନ୍ତି । ଏଥିସହିତ ଗୌମୁଖକୁ ମଧ୍ୟ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।

2015 ପରେ ନେଲାଙ୍ଗ ପର୍ଯ୍ୟଟକ ପାଇଁ ଖୋଲା ଯାଇଥିଲା । କିନ୍ତୁ ଚଳିତ ବର୍ଷ ଗାଙ୍ଗୋତ୍ରୀ ଜାତୀୟ ଉଦ୍ୟାନର ଗେଟ୍ ଖୋଲି ନଥିବାରୁ ପର୍ବତାରୋହୀ ଏବଂ ସାହସିକ ପର୍ଯ୍ୟଟକମାନଙ୍କୁ ନିରାଶ ହେବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.