ଡେରାଡୁନ: ସୋମବାର ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ କରାଯାଇଛି । ପ୍ରବଳ ଶୀତ କାରଣରୁ ଏହାକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି । ସେପଟେ ଆଜି ଧାର୍ଯ୍ୟ ରୀତିନୀତି ଅନୁଯାୟୀ ଏହି କବାଟକୁ ବନ୍ଦ କରାଯାଇଛି । ସେପଟେ ଏ ସମ୍ପର୍କରେ ଅବଗତ ନଥିବା ଶତାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନରୁ ବଞ୍ଚିତ ହେବା ସହ ନିରାଶ ହେବାକୁ ପଡ଼ିଛି ।
ମିଳିଥିବା ସୂଚନା ମୁତାବକ ସକାଳ 11ଟା 40 ମିନିଟରେ ପୂଜାର୍ଚ୍ଚନା ପରେ ଏହି କବାଟକୁ ବନ୍ଦ କରାଯାଇଥିଲା । ଏହା ପୂର୍ବରୁ ରୀତିନୀତି ଅନୁଯାୟୀ ସ୍ବତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ ମଧ୍ୟ କରାଯାଇଥିଲା । କବାଟ ବନ୍ଦ ହେବା ପରେ ମାତା ଗଙ୍ଗାଙ୍କ ମୂର୍ତ୍ତିକୁ ମୁଖଓ୍ବା ଅଭିମୁଖେ ନିଆଯାଇଥିଲା ।
ଗଙ୍ଗା ମାତାଙ୍କ ପ୍ରତିମାକୁ ଏକ ଶୋଭାଯାତ୍ରାରେ ନିଆଯାଇ ଆଜି ରାତିରେ ମାର୍କଣ୍ଡେୟ ନିକଟରେ ଥିବା ଦେବୀଙ୍କ ମନ୍ଦିରରେ ରଖାଯିବ । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ମୁଖଓ୍ବା ଅଭିମୁଖେ ନିଆଯିବ । ସେଠାରେ ଥିବା ଗଙ୍ଗାଙ୍କ ମନ୍ଦିରରେ ଏହି ପ୍ରତିମାକୁ ସ୍ଥାପିତ କରାଯିବ । ଏଠାରେ ମାତା ଗଙ୍ଗାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଆସିବେ ।
ସେହିପରି ଗତକାଲି ଅର୍ଥାତ ଦୀପାବଳି ଅବସରରେ ୟମୁନେତ୍ରୀ ଓ କେଦାରନାଥ ମନ୍ଦିରର କବାଟ ମଧ୍ୟ ବନ୍ଦ କରାଯାଇଥିଲା । ଚଳିତ ବର୍ଷ ଏଠାକୁ ପ୍ରାୟ ସାଢେ 5 ଲକ୍ଷ ଶ୍ରଦ୍ଧାଳୁ ଆସିଥିବା ଜଣାପଡ଼ିଛି ।