ଲକ୍ଷ୍ନୌ: ଆଗକୁ ଆସୁଛି ଖ୍ରୀଷ୍ଟମାସ ଡେ' ବା ବଡଦିନ । ଯାହାକୁ ନେଇ ଏବେଠୁ ଚର୍ଚ୍ଚ ଠାରୁ ଆରମ୍ଭ କରି ଖ୍ରୀଷ୍ଟଧର୍ମାଲମ୍ବୀ ମାନେ ନିଜ ଘର ଓ ବାହାର ସଜାଇବାରେ ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶକୁ ପର୍ଯ୍ୟାବରଣ ସୁରକ୍ଷାର ବାର୍ତ୍ତା ଦେବାନେଇ ଯିଶୁଖ୍ରୀଷ୍ଟ ଓ ମରିୟମଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । ଯାହା ପରିବେଶ ସୁରକ୍ଷାର ବାର୍ତ୍ତା ଦେବ । ଏହାକୁ ନିର୍ମାଣ କରିଛନ୍ତି ବାରଣାସୀର ଲକ୍ସା ନିବାସୀ ବଦ୍ରୀ ପ୍ରଜାପତି ।
![environmental protection](https://etvbharatimages.akamaized.net/etvbharat/prod-images/5423099_ganga.jpg)
ଅନେକ ପୁରସ୍କାର ପ୍ରାପ୍ତ କରିଥିବା ବଦ୍ରୀ ପ୍ରଜାପତି କହିଛନ୍ତି ଯେ, ବଡଦିନ ପର୍ବରେ ଯିଶୁଙ୍କ ଓ ତାଙ୍କ ମାଆଙ୍କ ସହିତ ପାଖରେ ଥିବା ସମସ୍ତ ମୂର୍ତ୍ତି ପ୍ଲାଷ୍ଟିକରେ ମିଳିଥାଏ । ଆଉ ଏହାର ବହୁଳ ବ୍ୟବହାର ହୋଇଥାଏ କାରଣ ସମସ୍ତ ଚର୍ଚ୍ଚ ବ୍ୟତୀତ ଘର ମାନଙ୍କରେ ମଧ୍ୟ ଏହାକୁ ସଜାଯାଇଥାଏ । କିନ୍ତୁ ପ୍ଲାଷ୍ଟିକର ବହୁଳ ବ୍ୟବହାର ଆମ ପର୍ଯ୍ୟାବରଣ ଉପରେ ହାନି ପହଞ୍ଚାଇଥାଏ । ଆଉ ଏହାର ବ୍ୟବହାର କମ କରିବା ନେଇ ସେ ମାଟିରେ ଏହି ସବୁ ମୂର୍ତ୍ତି ତିଆରି କରିଛନ୍ତି ।
ଏହି ମୂର୍ତ୍ତି ମାଟି ଓ ଓ୍ବାଟର ବାର୍ନିସରେ ପ୍ରସ୍ତୁତ ହୋଇଛି। ଥିବା ମୂର୍ତ୍ତିରେ ପ୍ରାୟ 10 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏହା ପର୍ଯ୍ୟାବରଣକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବନି । ଏହି ମୂର୍ତ୍ତିକୁ ପ୍ରସ୍ତୁତ କରିବାକୁ 1 ମାସ ସମୟ ଲାଗିଛି। ଏଥିରେ ରଙ୍ଗ ଦେବାପରେ ଡିସେମ୍ବର 25ରେ ଏହାକୁ ପ୍ରଦର୍ଶିତ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକର ବହୁଳ ବ୍ୟବହାର କରୁଥିବା ଇଂଲଣ୍ଡ ଓ ଆମେରିକା ସହ 2ଟି ନ୍ୟୁକ୍ଲିୟର ଦେଶକୁ ଏହା ବିଷୟରେ ଜାଗ୍ରତ କରାଇବା।
ବନାରସରେ ଥିବା ଜ୍ଞାନ ପ୍ରବାହ ମ୍ୟୁଜିୟମରେ ବଦ୍ରିଙ୍କର ଅନେକ ମୂର୍ତ୍ତି ରଖାଯାଇଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖି ପ୍ରଂଶସା ମଧ୍ୟ କରିଛନ୍ତି । ତେବେ ବଦ୍ରି ତାଙ୍କ ଜୀବନ କାଳ ଭିତରେ ଲକ୍ଷାଧିକ ମୂର୍ତ୍ତି ନିର୍ମାଣ କରିସାରିଛନ୍ତି । ତେବେ ଗଙ୍ଗା ମାଟିରେ ନିର୍ମାଣ ଏହି ମୂର୍ତ୍ତି ଗୁଡିକ ସେଣ୍ଟ ଥୋମାସ ଚର୍ଚ୍ଚରେ ସଜାଯିବ । ଏହି ମୂର୍ତ୍ତି ଭିତରେ ପ୍ରଭୁ ଯିଶୁ, ମଦର ମରିୟମ, ଗଡରିୟେ ଓ ଯିଶୁଙ୍କ ଜନ୍ମ ସମୟରେ ତାଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ନିର୍ମାଣ କରାଯାଇଛି । ଏହାସହ ଗାଇ, ବଳଦ ଓ ଓଟ ମୂର୍ତ୍ତି ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଏହାକୁ ପ୍ରଭୁ ଯିଶୁଙ୍କ ସହ ଯୋଡି ହୋଇଥିବା ସ୍ମୃତିକୁ ତାଜା କରିବା ପାଇଁ ଏହି ମୂର୍ତ୍ତିର ନିର୍ମାଣ ମଧ୍ୟ କରାଯାଇଛି ।