ETV Bharat / bharat

ବୃଦ୍ଧି ପାଉଛି ଗଙ୍ଗାଜଳ ଚାହିଦା, ଡାକ ମାଧ୍ୟମରେ ହେବ ଉପଲବ୍ଧ

author img

By

Published : Jul 16, 2020, 5:50 PM IST

ଶ୍ରାବଣ ମାସ ପାଇଁ କୋରୋନା ସାଜିଛି କାଳ । ଉତ୍ତରାଖଣ୍ଡ ଯାଇପାରୁନାହାନ୍ତି ଶ୍ରଦ୍ଧାଳୁ । ବଢୁଛି ଅନଲାଇନରେ ବଢୁଛି ଗଙ୍ଗାଜଳର ଚାହିଦା । ଅଧିକ ପଢନ୍ତୁ...

ବୃଦ୍ଧି ପାଉଛି ଗଙ୍ଗାଜଳ ଚାହିଦା, ଡାକ ମାଧ୍ୟମରେ ହେବ ଉପଲବ୍ଧ
ବୃଦ୍ଧି ପାଉଛି ଗଙ୍ଗାଜଳ ଚାହିଦା, ଡାକ ମାଧ୍ୟମରେ ହେବ ଉପଲବ୍ଧ

ଡେରାଡୁନ: ସମଗ୍ର ଦେଶରେ ଗଙ୍ଗା ଜଳକୁ ଅଫଲାଇନ ଏବଂ ଅନଲାଇନ ବିତରଣ ଡାକଘର ମାଧ୍ୟମରେ କରାଯାଉଛି। ବିଶେଷକରି କୋରୋନା କାରଣରୁ କାଉଡିଆ ଏବଂ ଅନ୍ୟ ଭକ୍ତ ମାନେ ଉତ୍ତରାଖଣ୍ଡ ଯାଇପାରୁନାହାନ୍ତି ସେମାନଙ୍କ ପାଇଁ ଏହା ବହୁତ ଭଲ ଖବର ଅଟେ । ଉତ୍ତରାଖଣ୍ଡର ଗଙ୍ଗା ଜଳ ପୂର୍ବରୁ ମଧ୍ୟ ଦେଶର ଅନେକ ପ୍ରାନ୍ତକୁ ପଠାଯାଇଛି, କିନ୍ତୁ ଏଥର ଏହାର ଚାହିଦା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଡାକଘର ମାଧ୍ୟମରେ ଅଧିକରୁ ଅଧିକ ଗଙ୍ଗା ଜଳ ବିଭିନ୍ନ ସ୍ଥାନକୁ ପଠାଯାଉଛି।

ସବୁବେଳେ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ, ଏବଂ ଶ୍ରାବଣ ମାସରେ କାଉଡିଆ ମାନେ ମଧ୍ୟ ଆସିଥାନ୍ତି । କିନ୍ତୁ ଏଥର କୋରୋନା ମହାମାରୀ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି । ଏଭଳି ପରିସ୍ଥିତିରେ ଶ୍ରାବଣ ମାସରେ ଗଙ୍ଗା ଜଳର ବିଶେଷ ଗୁରୁତ୍ୱ ରହିଛି । ତେଣୁ ଗଙ୍ଗା ଜଳକୁ ଡାକ ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ଏହା ସହିତ ଗଙ୍ଗାଜଳର ଆବଶ୍ୟକ କରୁଥିବା ଲୋକମାନେ ଇଣ୍ଡିଆ ପୋଷ୍ଟର ୱେବସାଇଟରେ ଇ-ପୋଷ୍ଟକୁ ଯାଇ ଅନଲାଇନରେ ଆପ୍ଲାଏ କରିପାରିବେ। ଡାକ ବିଭାଗ ଦ୍ୱାରା ଗଙ୍ଗା ଜଳର ହୋମ ଡେଲିଭରି କାର୍ଯ୍ୟ କରାଯାଉଛି । ୱେବସାଇଟରେ ଅନଲାଇନ ପେମେଣ୍ଟ ମୋଡ ଦିଆଯାଇଛି, ଯେଉଁଥିରେ ଆପଣ ଗଙ୍ଗା ଜଳର ମୂଲ୍ୟ ଜମା କରିପାରିବେ ।

ପୋଷ୍ଟ ବିଭାଗର ବରିଷ୍ଠ ଅଧୀକ୍ଷକ ଡେରାଡୁନ ବ୍ଲକର ଅନୁସୁୟା ପ୍ରସାଦ ଚମୋଲା କହିଛନ୍ତି ଯେ, 2016 ପରଠାରୁ ସାରା ଦେଶରେ ଗଙ୍ଗା ଜଳ ବଣ୍ଟନ କରାଯାଉଛି । ଏହାସହ ଗଙ୍ଗାଜଳ ମଧ୍ୟ 2019 ରୁ 250 ଏମଏଲ ବୋତଲରେ ବଣ୍ଟନ ଆରମ୍ଭ ହୋଇଥିଲା । କିନ୍ତୁ, ଏଥର କୋରୋନା କାରଣରୁ କାଉଡିଆ ଯାତ୍ରା ସ୍ଥଗିତ ରଖାଯାଇଛି ଏବଂ ଶ୍ରାବଣ ମାସ ଚାଲିଛି, ତେଣୁ ଡାକଘରରେ ଗଙ୍ଗା ଜଳର ଚାହିଦା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.