ETV Bharat / bharat

15 ଦିନର ସଂଘର୍ଷ ପରେ ହାରିଗଲେ ହାଥରସ ଗଣଦୁଷ୍କର୍ମ ପୀଡିତା

author img

By

Published : Sep 29, 2020, 1:25 PM IST

ଉତ୍ତରପ୍ରଦେଶ ହାଥରସରେ ଗଣଦୁଷ୍କର୍ମର ଶିକାର ପୀଡିତଙ୍କ ଦିଲ୍ଲୀ ସଫଦରଙ୍ଗଜ ମେଡିକାଲରେ ମୃତ୍ୟୁ ଘଟିଛି । ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅନ୍ୟ ଦୁଇଜଣଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଛି ।

ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।

ଲକ୍ଷ୍ନୌ: ଶେଷରେ ନିରବୀ ଗଲେ ଉତ୍ତରପ୍ରଦେଶର ହାଥରସ ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା। ଦିଲ୍ଲୀ ସଫଦରଙ୍ଗଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ 14 ତାରିଖରେ ସଂପୃକ୍ତ 20 ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲା । ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରାଯାଇଥିଲା ।

ପୀଡିତାଙ୍କ ମୃତ୍ୟୁ ଘଟଣାରେ ବସପା ଅଧ୍ୟକ୍ଷ ମାୟାବତୀ ଦୁଃଖପ୍ରକାଶ କରିଛନ୍ତି । ଫାଷ୍ଟଟ୍ରାକ କୋର୍ଟରେ ମାମାଲ ଚଳାଇ ଶୀଘ୍ର ପୀଡିତାଙ୍କୁ ନ୍ୟାୟ ଦେବା ସହ ତାଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ଗତ 14 ସେପ୍ଟେମ୍ବର ଦିନ ଯୁବତୀ ଜଣକ ନିଜ ମାଆ ଓ ଭାଇ ସହ ଚାରା ପକାଇବା ପାଇଁ ବିଲକୁ ଯାଇଥିଲେ । ସେହି ସମୟରେ ଗାଁର ଜଣେ ଯୁବକ ବିଲକୁ ଆସି ଯୁବତୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ ଏବଂ ଗାଁର ଅନ୍ୟ କିଛି ଯୁବକ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ କୌଣସି ପ୍ରକାରେ ଯୁବତୀଟି ସେଠାରୁ ଖସି ପଳାଇ ଆସିଥିଲେ । ତେବେ ସଂପୃକ୍ତ ଯୁବକ, ଯୁବତୀଙ୍କ ଗଳାଚିପି ହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

ଯୁବତୀଙ୍କୁ ପରିବାର ଲୋକେ ତତକ୍ଷଣାତ୍ ବାଗଲା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଅଲିଗଡ ଏବଂ ପରେ ସୋମବାର ଦିନ ସଫଦରଙ୍ଗଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାରେ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଦଳୀୟ ନେତାମାନେ ଏସପି ଓ ଡିଏମଙ୍କ ନିକଟରେ ଦାବି କରିଥିଲେ ।

ଏହାପରେ ଯୁବତୀଙ୍କ ବୟାନକୁ ଭିତ୍ତିକରି ପୋଲିସ ଧାରା 376-ଡି ଆଧାରରେ ସଂପୃକ୍ତ ଅଭିଯୁକ୍ତ ରବି, ରାମୁ ଏବଂ ଲବକୁଶ ନାମରେ ଗଣବଳାତ୍କାର ମାମଲା ରୁଜୁ କରିଥିଲା। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଲବକୁଶକୁ ପୋଲିସ ଗିରଫ କରିଛି ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି ।

ପୋଲିସ ଅଧୀକ୍ଷକ ପ୍ରକାଶ କୁମାର କହିଛନ୍ତି, ଏହି ଘଟଣାରେ ପୀଡିତା ଓ ତାଙ୍କ ପରିବାରର ବୟାନ ଆଧାରରେ ଧାରା 307 ଓ 325 ଏସସି ଏସ୍ଟି ଆକ୍ଟ ଆଧାରରେ ମାମାଲା ପଞ୍ଜିକୃତ ହୋଇଛି । ଶୀଘ୍ର ଫାଷ୍ଟଟ୍ରାକ କୋର୍ଟରେ ଏହାର ସମାଧାନ କରାଯିବାକୁ ଜିଲ୍ଲା ଜର୍ଜଙ୍କ ନିକଟରେ ଅନୁରୋଧ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.