ETV Bharat / bharat

ଏକବିଂଶ ଶତାବ୍ଦୀରେ ଗାନ୍ଧୀବାଦ ଓ ସଂଘର୍ଷ - ବିଶ୍ବଶାନ୍ତି

ସଭିଏଁ ଶାନ୍ତି କଥା କହୁଥିବାବେଳେ ଏହାର ବିପରୀତ ଦିଗରେ କାମ କରୁଛନ୍ତି । ବର୍ତ୍ତମାନ ସଂଘର୍ଷ ମୁହାଁ ସମଗ୍ର ବିଶ୍ବ । ଗାନ୍ଧୀବାଦ ଭୁଲି ଯାଉଛନ୍ତି ବିଶ୍ବବାସୀ ।

ଡିଜାଇନ ଫଟୋ
author img

By

Published : Aug 22, 2019, 7:01 AM IST

Updated : Aug 22, 2019, 8:58 AM IST

ହାଇଦ୍ରାବାଦ: ଗାନ୍ଧୀବାଦ ଓ ସଂଘର୍ଷ (ବିବାଦ) । ଦୁଇଟି ପରସ୍ପରର ବିପରୀତ । ଗୋଟିଏ ହିଂସାର ଘୋର ବିରୋଧୀ, ଅନ୍ୟଟି ହିଂସାର ସାଥୀ । ଗୋଟିଏ ବସୁଧୈବ କୁଟୁମ୍ଭକମ୍‌ ନ୍ୟାୟରେ ବିଶ୍ବାସ କରୁଥିବା ଅନ୍ୟଟି ଅହଂକାର ଉପରେ ଆଧାରିତ ।

ବର୍ତ୍ତମାନ ସମୟରେ ସମସ୍ତେ ଶାନ୍ତି କଥା କହୁଥିବାବେଳେ ଏହାର ବିପରୀତ ଦିଗରେ କାମ କରୁଛନ୍ତି । ବର୍ତ୍ତମାନ ସଂଘର୍ଷ ମୁହାଁ ସାରା ବିଶ୍ବ । ଅନ୍ତର୍ଜାତୀୟ ସୀମାରେଖା, ନଦୀ ଜଳ ବିବାଦ ଓ ଜାତୀୟ ସଂଘର୍ଷ ଆଦି ଦଶନ୍ଧି ଦଶନ୍ଧି ଧରି ଦେଶ-ଦେଶ ମଧ୍ୟରେ ଚାଲି ଆସୁଛି । ଯାହା ଉପରେ କି ଦ୍ବିପାକ୍ଷିକ ଆଲୋଚନା ସମ୍ଭବ ହେଉନାହିଁ ଏବଂ ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡିବାକୁ ପଡୁଛି । ତଥାପି ସମାଧାନ ହୋଇପାରୁନାହିଁ ।

ଦୁର୍ବଳ କେବେ କ୍ଷମା ମାଗନ୍ତିନି, ଆଉ କ୍ଷମା ଦେବା ଶକ୍ତିଶାଳୀର ପରିଚୟ

ଯାହାକି ଗାନ୍ଧୀବାଦର ବିରୋଧ । ଗାନ୍ଧୀ ତାଙ୍କ ସମୟରେ କହୁଥିଲେ, ପ୍ରଥମେ ସହିଷ୍ଣୁତା ହେବାକୁ ପଡିବ, ଫଳରେ ଆମେ ମତଭେଦକୁ ନିଜ ନିଜ ମଧ୍ୟରେ ତୁଟାଇ ପାରିବା । ନଚେତ୍‌ ତୃତୀୟ ପକ୍ଷ ହସ୍ତକ୍ଷେପ କରିବେ ଯାହା ଗ୍ରହଣୀୟ ନୁହେଁ ।

ତେବେ ବିଶ୍ବସ୍ତରରେ ଅନ୍ତରାଷ୍ଟ୍ରୀୟ ବିବାଦକୁ ସମାଧାନ କରିବା ଲାଗି ଗାନ୍ଧୀଙ୍କ ଦର୍ଶନ ଗୋଟିଏ ଉପାୟ ବୋଲି ମନାଯିବା କଥା । ଯଦିଓ ସେମାନେ ଗାନ୍ଧୀଙ୍କୁ ସମ୍ମାନ କରନ୍ତି ତଥାପି ଗାନ୍ଧୀଙ୍କ ସମାଧାନର ଫଣ୍ଡାକୁ ସେମାନେ ଗ୍ରହଣ କରନ୍ତି ନାହିଁ ।

ଭାରତରେ ଗାନ୍ଧୀ ଜନ୍ମ ଓ କର୍ମ କରିଥିଲେ ବି ତାଙ୍କ ବାଣୀ କେବଳ ସ୍ବଚ୍ଛତା ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୃଦୁଢ କରିବାକୁ ବ୍ୟବହାର କରାଯାଉଛି । ଯେତେବେଳେ ଦେଶରେ ଏପରି ଅବସ୍ଥା, ସେତେବେଳେ ବିଶ୍ବରେ ଗାନ୍ଧୀଙ୍କ ଅହିଂସା କିପରି ବ୍ୟବହାର ହେଉଥିବ ତାହା ସହଜେ ଅନୁମେୟ ।

ଗାନ୍ଧୀଙ୍କ ବିଚାର ଧାରାକୁ ଗଭୀର ଭାବେ ଅଧ୍ୟୟନ କଲେ ସେ ସତୁରୀ ଦଶକ ପୂର୍ବେ ବିଶ୍ବର ସଂଘର୍ଷ ଉପରେ ଯାହା କହିଥିଲେ ତାହା ଏବେ ହେଉଥିବା ଦେଖାଯାଉଛି । ଗାନ୍ଧୀଜୀ ସେତେବେଳେ ତାଙ୍କର ଏକ ଲେଖାରେ ଦେଶ-ଦେଶ ଭିତରେ ସୀମାକୁ ନେଇ ଯୁଦ୍ଧ ଓ ଦେଶ ଭିତରେ ଶାନ୍ତି ପାଇଁ ଯୁଦ୍ଧକୁ ବିରୋଧ କରିଥିଲେ । ସେ କହୁଥିଲେ ଶାନ୍ତି, ଚାପୁଡା ମାରିଲେ ଆସିବନି । ଅହିଂସା ଦ୍ବାରା ହିଁ ଶାନ୍ତି ସମ୍ଭବ । କିନ୍ତୁ ବର୍ତ୍ତମାନ କାଳରେ ଏହା କେତେ ଦେଖିବାକୁ ମିଳୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଏହା ଭିତରେ କିଛି ବ୍ୟତିକ୍ରମ ବି ଦେଖିବାକୁ ମିଳିଛି । କିଛି ଶାନ୍ତି ପ୍ରିୟ ଲୋକ ନିଜ କାର୍ଯ୍ୟ ଓ ଚିନ୍ତାଧାରା ପାଇଁ ନୋବାଲ ଶାନ୍ତି ପୁରସ୍କାର ପାଉଛନ୍ତି । ମାର୍ଟି ଅହତିସାରୀ(2008), ମହମ୍ମଦ ୟୁନୁସ୍‌(2006), ୱାଙ୍ଗାରୀ ମଥାଇ(2004), ଶିରୀନ ଏବାଦୀ(2003) ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ଉପାୟରେ କାର୍ଯ୍ୟ କରି ନୋବେଲ ଶାନ୍ତି ପୁରସ୍କାର ପାଉଛନ୍ତି । ସେହିପରି ଶାନ୍ତି ଓ ଅହିଂସାକୁ ପାଳିଥିବାରୁ ଅନୁଗ ସାନ ସୁ କି(1991ରେ ସାହିତ୍ୟ ପାଇଁ) ଏବଂ ନେଲସନ ମେଣ୍ଡେଲ (ସଂଘର୍ଷକୁ ବିରୋଧ କରୁଥିବାରୁ) ପାଇଥିଲେ ।

ତେବେ ଏପରି ପରିସ୍ଥିତିରେ ଗାନ୍ଧୀବାଦ କେତେ ସଫଳ ହେଉଛି ଓ ସଂଘର୍ଷ କେବେ ଲୁପ୍ତ ପାଉଛି ଦେଖିବାର କଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gg

Conclusion:
Last Updated : Aug 22, 2019, 8:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.