ETV Bharat / bharat

ଗାନ୍ଧୀଜୀ: ଜଣେ ପ୍ରୟୋଗାତ୍ମକ ବ୍ୟକ୍ତିତ୍ବ

ମହାତ୍ମା ଗାନ୍ଧୀ ଜଣେ ପ୍ରୟୋଗାତ୍ମକ ବ୍ୟକ୍ତି ଥିଲେ । ସେ ଯାହା କହୁଥିଲେ ତାହା କରୁଥିଲେ । ପ୍ରଥମେ ଅନ୍ୟକୁ କହିବା ପୂର୍ବରୁ ସେ ନିଜ ଉପରେ ତାକୁ ପ୍ରୟୋଗ କରୁଥିଲେ । ଯାହା ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରୁଥିଲା ।

author img

By

Published : Aug 26, 2019, 7:01 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: କର୍ମ ହିଁ ଭଗବାନ । ପ୍ରକୃତରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ଦେଖିଲେ ତାହା ସ୍ପଷ୍ଟ ଅନୁମେୟ ହୁଏ । ମହାତ୍ମା ଗାନ୍ଧୀ ଜଣେ ପ୍ରୟୋଗାତ୍ମକ ବ୍ୟକ୍ତି ଥିଲେ । ସେ ଯାହା କହୁଥିଲେ ତାହା କରୁଥିଲେ । ପ୍ରଥମେ ଅନ୍ୟକୁ କହିବା ପୂର୍ବରୁ ସେ ନିଜ ଉପରେ ତାକୁ ପ୍ରୟୋଗ କରୁଥିଲେ । ଯାହା ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରୁଥିଲା । ଏହା ସହ ସେ ସଦାସର୍ବଦା ସତ୍‌ ପଥରେ ନିଜ କର୍ମ କରିବାକୁ କହୁଥିଲେ ।

ଜୀବନ ଅନେକ କଥା ଶିଖାଇଥାଏ । କାମରେ କରିଥିବା ତ୍ରୁଟି ହିଁ ଆମକୁ ନୂଆ ଶିକ୍ଷା ଦେଇଥାଏ । ତେଣୁ ପ୍ରଥମେ ସେ ଯାହା କହୁଥିଲେ ନିଜେ ତାହା କରି ସେଥିରୁ ଶିକ୍ଷା ଲାଭ କରୁଥିଲେ । ଗାନ୍ଧୀଜୀ କହୁଥିଲେ, ସେ ପ୍ରଥମରୁ ସତ୍ୟବାଦୀ ଥିଲେ କିନ୍ତୁ ଅହିଂସକ ନଥିଲେ । ନିଜ ଜୀବନରେ କରିଥିବା ତ୍ରୁଟିରୁ ହିଁ ସେ ଅନେକ କଥା ଶିକ୍ଷା ଲାଭ କରିଛନ୍ତି । ଏଥିସହ ସତ୍ୟ ଓ ଅହିଂସା ଆଦିମ କାଳରୁ ରହିଛି । ମୁଁ କିଛି ଦୁନିଆକୁ ନୂଆ କଥା କହୁନି ବୋଲି ମହାତ୍ମା କହୁଥିଲେ । ତେବେ ସତ୍ୟରୁ ବଳି କିଛି ଧର୍ମ ନାହିଁ ଓ ଅହିଂସା ହିଁ ସବୁଠୁ ବଡ କର୍ତ୍ତବ୍ୟ ବୋଲି ସେ ମାନୁଥିଲେ ।

ଗାନ୍ଧୀଜୀ: ଜଣେ ପ୍ରୟୋଗାତ୍ମକ ବ୍ୟକ୍ତିତ୍ବ

ଗାନ୍ଧୀବାଦକୁ ଲୋକଦେଖାଣିଆ ପ୍ରଚାର କରି ତାଙ୍କର ତାରିଫ କରିବା ପାଇଁ ପ୍ରୟାସ କରିବାକୁ ଗାନ୍ଧୀ ବିରୋଧ କରୁଥିଲେ । ଏନେଇ ତାଙ୍କ ଆଶ୍ରମରେ ଥିବା ଶିଷ୍ୟଙ୍କୁ ସେ କହୁଥିଲେ, ଗାନ୍ଧୀବାଦ ବୋଲି କିଛି ନାହିଁ । ଏହାକୁ ପ୍ରସାର କରିବା ପାଇଁ କୌଣସି ଉପାୟ କରାନଯାଉ । ଯେଉଁ ଲୋକମାନେ ମୋ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ସେମାନେ ହିଁ ତାକୁ କର୍ମରେ ପରିଣତ କରିପାରିଲେ ତାହା ପ୍ରକୃତ ପ୍ରସାର ହେବ ବୋଲି ସେ କହୁଥିଲେ ।

ସତ୍ୟାଗ୍ରହ ଅବା ସର୍ବୋଦୟ, ସତ୍ୟ ଅବା ଅହିଂସା ଯାହା ସେ କରିବା ପାଇଁ ଭାବୁଥିଲେ ପ୍ରଥମେ ସେ ତାକୁ ନିଜେ ପ୍ରୟୋଗ କରୁଥିଲେ । ତାଙ୍କ ପାଇଁ ବିଜ୍ଞାନ ଓ ଧର୍ମ ଉଭୟ ସମାନ ଥିଲା । ସେ ସଦାସର୍ବଦା ମସ୍ତିଷ୍କକୁ ଶାନ୍ତ ରଖିବାକୁ କହୁଥିଲେ । ଶାନ୍ତ ମନରେ ସବୁକିଛି ସମ୍ଭବ ହେବ ବୋଲି ସେ ମାନୁଥିଲେ । ଏହାସହ ମନକୁ ସଂଯମ ରଖିଲେ ମନୁଷ୍ୟର ବିକାଶ ସମ୍ଭବ ବୋଲି ଗାନ୍ଧୀ କହୁଥିଲେ । ଏହା ସହ ସେ ତ୍ୟାଗକୁ ବି ଗୁରୁତ୍ବ ଦେଉଥିଲେ ।

ମନୁଷ୍ୟର ପ୍ରଗତି ପାଇଁ ରାଜନୀତି ଓ ଅର୍ଥନୀତି ଗୁରୁତ୍ବ ବହନ କରେ । ରାଜନୀତି ଓ ଅର୍ଥନୀତି ସମାଜର ସମସ୍ତଙ୍କ ଉନ୍ନତି ସାଧିତ କରିଥାଏ । ନା କେବଳ କିଛି ଗୋଷ୍ଠିଙ୍କର ବୋଲି ସେ କହୁଥିଲେ । ତାଙ୍କ ବିଚାରରେ ରାଜନୀତିରେ ନୈତିକତା ରହିବା ଦରକାର, ବିନା ନୈତିକତାରେ ରାଜନୀତି ଗନ୍ଧଯୁକ୍ତ । ଏହା ସହ ପ୍ରକୃତ ଅର୍ଥନୀତି ସାମାଜିକ ନ୍ୟାୟ ପକ୍ଷରେ ଠିଆ ହୁଏ ବୋଲି ସେ ମାନୁଥିଲେ ।

ସେ କର୍ମକୁ ଏପରି ଭଲ ପାଉଥିଲେ ଯେ, ଚରଖାରେ ନିଜେ ସୂତା କାଟି ପିନ୍ଧୁଥିଲେ । ଅନ୍ୟକୁ ଏପରି କରି ସ୍ବାବଲମ୍ବୀ ମଧ୍ୟ କରିପାରୁଥିଲେ । ଏପରିକି ଚରଖାରେ ସୂତାକଟାକୁ ଜୋର ଦେବାକୁ ଯାଇ ସେ କହୁଥିଲେ ଯଦି ଖଦି ଓ ଗ୍ରାମୀଣ ଉଦ୍ୟୋଗକୁ ଛାଡି ଆମେ ସବୁ ଲୋକଙ୍କୁ ରୋଜଗାରକ୍ଷମ କରିପାରିବା ତେବେ ମୁଁ ଏ କାର୍ଯ୍ୟ ଛାଡିଦେବି । ମହାତ୍ମା ମେସିନ ଓ ଆଧୁନିକତାର ବିରୋଧରେ ନଥିଲେ । କିନ୍ତୁ ସେ ବିନା କୌଣସି ସୂଚନାରେ ମେସିନ ଆଣି ଲୋକଙ୍କୁ ଛଟେଇ କରିବାକୁ ବିରୋଧ କରୁଥିଲେ ।

ତେବେ ଦେଶ ତାଙ୍କର 150 ତମ ଜନ୍ମ ଜୟନ୍ତୀ ପାଳୁଥିବା ବେଳେ ସେ ଶିଖାଇଥିବା ପ୍ରୟୋଗାତ୍ମକ କଳାକୁ ଶିଖିପାରିଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.