ETV Bharat / bharat

ଯାଞ୍ଚ ହେବ ଗାନ୍ଧୀ ପରିବାର ସମ୍ପତ୍ତି, ନିର୍ଦ୍ଦେଶ ଦେଲେ ହରିୟାଣା ସରକାର

ହରିୟାଣାରେ କଂଗ୍ରେସ ସରକାର ଥିବା ସମୟରେ ଅନେକ ସମ୍ପତ୍ତି ଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଏବେ ହରିୟାଣ ସରକାର ଗାନ୍ଧୀ-ନେହୁର ପରିବାର ସଦସ୍ୟଙ୍କ ନାଁ କେତେ ସମ୍ପତ୍ତି ଅଛି ସେନେଇ ଯାଞ୍ଚ କରିବେ । ଅଧିକ ପଢନ୍ତୁ...

ଗାନ୍ଧୀ ପରିବାରଙ୍କ ସମ୍ପର୍ତ୍ତି ହେବ ଯାଞ୍ଚ
ଗାନ୍ଧୀ ପରିବାରଙ୍କ ସମ୍ପର୍ତ୍ତି ହେବ ଯାଞ୍ଚ
author img

By

Published : Jul 27, 2020, 11:48 AM IST

ଚଣ୍ଡିଗଡ: ହରିୟାଣାରେ କ୍ଷମତାସୀନ ବିଜେପି ସରକାର ଗାନ୍ଧୀ-ନେହୁର ପରିବାର ନାଁରେ ଥିବା ସଦସ୍ୟର ସମ୍ପତ୍ତି ଯାଞ୍ଚ କରିବେ । ହରିୟାଣାରେ ଗାନ୍ଧୀ-ନେହୁର ପରିବାରଙ୍କ ସଦସ୍ୟଙ୍କ କେତେ ସମ୍ପତ୍ତି ଅଛି ସେନେଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହରିୟାଣାର ମୁଖ୍ୟ ଶାସନ ସଚିବ କେ ଆନନ୍ଦ ଆରୋରା ରାଜ୍ୟର ସହରାଞ୍ଚଳ ଅଧିକାରୀଙ୍କୁ ତଦନ୍ତ କରି ତାଲିକା ଦେବାକୁ କହିଛନ୍ତି ।

2004 ରୁ 2014 ମଧ୍ୟରେ ହରିଆଣାରେ କଂଗ୍ରେସର ସରକାର ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସମୟରେ ଗାନ୍ଧୀ ସରକାର କେତେ ସମ୍ପତ୍ତି ଦଖଲ କରିଛନ୍ତି ସେନେଇ ଯାଞ୍ଚ ପ୍ରକ୍ରିୟା କରାଯିବ । 2005ରୁ 2010 ମଧ୍ୟରେ ଗାନ୍ଧୀ-ନେହୁର ପରିବାର ଅନେକ ସମ୍ପତ୍ତି ଦାଖଲ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ସମୟରେ ଗାନ୍ଧୀ-ନେହେରୁ ପରିବାର ପାଇଁ କଂଗ୍ରେସର ଅନେକ ଟ୍ରଷ୍ଟ ଏବଂ ଅନେକ ସମ୍ପତ୍ତି ଦଖଲ କରିଥିଲେ।

ଏହା ପୂର୍ବରୁ ଗୃହମନ୍ତ୍ରଣାୟ ଗାନ୍ଧୀ ପରିବାର ଦ୍ବାରା ପରିଚାଳିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ, ଇନ୍ଦିରା ଗାନ୍ଧୀ ସ୍ମାରକୀ ଟ୍ରଷ୍ଟ ଜଡିତ ସମ୍ପତ୍ତି ଯାଞ୍ଚ କରିବାକୁ ଏକ ପ୍ୟାନେଲ ଗଠନ କରିଥିଲେ ।

ଭୂପେନ୍ଦର ସିଂହ ହୁଡ୍ଡା ମୁଖ୍ୟମନ୍ତ୍ରୀ ଥିବାବେଳେ 23 ବର୍ଷ ତଳ ପ୍ରଚଳିତ ମୂଲ୍ୟ ଅନୁସାରେ ଏକ ଜମି ଏଜେଏଲକୁ ଦେଇଥିଲେ । ଭୂପେନ୍ଦର ସିଂହ ମୁଖ୍ୟମନ୍ତ୍ରୀ ହେବାର 6 ମାସ ମଧ୍ୟରେ ଏଜେଏଲକୁ ଏହା ଦିଆଯାଇଥିଲା । ଏହାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଟାଚ କରିବା ସହ ଅଧିକ ତଦନ୍ତ ଚଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.