ETV Bharat / bharat

ମୋଦିଙ୍କ 'ଏୟାର ଷ୍ଟ୍ରାଇକ' ବୟାନକୁ ପ୍ରିୟଙ୍କାଙ୍କ ଟାର୍ଗେଟ

'ମୋଦି ଏତେ ବଡ ରକ୍ଷା ବିଶେଷଜ୍ଞ ଯେ, ସେ ଭାବିଦେଲେ ମେଘ ଉପରେ ବିମାନ ଚାଲିଗଲେ ରାଡାରରୁ ରକ୍ଷା ପାଇଯିବ । ରାଫେଲରେ ମଧ୍ୟ ସେ ରାଡାରରୁ ବଞ୍ଚିଯିବେ ବୋଲି ଭାବିଦେଲେ । କିନ୍ତୁ ବଞ୍ଚି ପାରିଲେ ନାହିଁ । ରାଡରରେ ଅଟକି ଗଲେ' କହି ପିଏମଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

author img

By

Published : May 13, 2019, 11:58 PM IST

ଫାଇଲ ଫଟୋ

ଇନ୍ଦୋର: ବିରୋଧୀଙ୍କ ଛୋଟ ଛୋଟ କଥାକୁ ନେଇ ବିବାଦ ସୃଷ୍ଟି କରିଥାନ୍ତି ନେତା । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏୟାର ଷ୍ଟ୍ରାଇକ ଉପରେ ଦେଇଥିବା ଏକ ବୟାନକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ କଂଗ୍ରେସ । ମେଘାଛନ୍ନ ଆକାଶ ଏବଂ ରାଡାର ପ୍ରସଙ୍ଗକୁ ନେଇ ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

ଇନ୍ଦୋରର ଏକ ଜନସଭାରେ ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, 'ମୋଦି ଏତେ ବଡ ରକ୍ଷା ବିଶେଷଜ୍ଞ ଅଟନ୍ତି ଯେ, ସେ ବିମାନ କିଏ ନିର୍ମାଣ କରିବ ତାହା ସେ ନିଜେ ନିଷ୍ପତି ନେଇ ଯାଉଛନ୍ତି । 50 ବର୍ଷରୁ ବିମାନ ନିର୍ମାଣ କରିଆସୁଥିବା ଏଚ୍‌ଏଏଲକୁ କଣ୍ଟ୍ରାକ୍ଟ ନଦେଇ ଜୀବନରେ ଯିଏ କେବେ ବିମାନ ନିର୍ମାଣ କରିନାହିଁ ତାକୁ ଦେଇଦେଲେ ।'

ମୋଦି ଏତେ ବଡ ରକ୍ଷା ବିଶେଷଜ୍ଞ ଯେ, ସେ ଭାବିଦେଲେ ମେଘ ଉପରେ ବିମାନ ଚାଲିଗଲେ ରାଡାରରୁ ରକ୍ଷା ପାଇଯିବ । ରାଫେଲରେ ମଧ୍ୟ ସେ ରାଡାରରୁ ବଞ୍ଚିଯିବେ ବୋଲି ଭାବିଦେଲେ । କିନ୍ତୁ ବଞ୍ଚି ପାରିଲେ ନାହିଁ । ରାଡାରରେ ଅଟକି ଗଲେ ।

ସୂଚନା ଯୋଗ୍ୟ ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟିଭି ସାକ୍ଷାତକାରରେ କହିଥିଲେ, ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ମେଘାଛନ୍ନ ଆକାଶ ଓ ବର୍ଷା ଯୋଗୁଁ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନୀ ରାଡାରରେ ଆସିବ ନାହିଁ ବୋଲି ମୁଁ ଉପଦେଶ ଦେଇଥିଲି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.