ETV Bharat / bharat

ଭାରତ ଚୀନ ମୁହାଁମୁହିଁ ଘଟଣାକୁ ନେଇ ବଡ ଖୁଲାସା କଲେ ଭିକେ ସିଂ - ସେନା ମୁଖ୍ୟ ଭିକେ  ସିଂ

ମୋଦି ସରକାରଙ୍କ ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭିକେ  ସିଂ ଭାରତ ଚୀନ ମୁହାଁମୁହିଁ ଘଟଣାକୁ ନେଇ ଏକ ବଡ଼ ଖୁଲାସା କରି କହିଛନ୍ତି, ଗଲୱାନ ଘାଟିରେ ଭାରତ ଚୀନ ଯବାନଙ୍କ ମଧ୍ୟରେ ଏକ ରହସ୍ୟମୟ ଅଗ୍ନିକାଣ୍ଡ ହେତୁ ଏକ ହିଂସ୍ରକ ଆକ୍ରମଣ ହୋଇଥିଲା । ଏକ ଅଗ୍ନିକାଣ୍ଡ ଚୀନ୍ ଯବାନଙ୍କ ତମ୍ବୁରେ ହୋଇଥିଲା।

india china face off
ଭାରତ ଚୀନ ମୁହାଁମୁହିଁ ଘଟଣାକୁ ନେଇ ବଡ ଖୁଲାସା କଲେ ଭିକେ ସିଂ
author img

By

Published : Jun 29, 2020, 2:57 PM IST

ନୂଆଦିଲ୍ଲୀ: ଲଦାଖ ଗଲୱାନ ଘାଟି ଭାରତ ଚୀନ ମୁହାମୁହିଁ ଘଟଣାକୁ ନେଇ ବଡ ଖୁଲାସା କଲେ ପୂର୍ବତନ ସେନା ମୁଖ୍ୟ ଭିକେ ସିଂ । ମୋଦି ସରକାରଙ୍କ ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭିକେ ସିଂ ଭାରତ ଚୀନ ମୁହାଁମୁହିଁ ଘଟଣାକୁ ନେଇ ଏକ ବଡ଼ ଖୁଲାସା କରି କହିଛନ୍ତି, ଗଲୱାନ ଘାଟିରେ ଭାରତ ଚୀନ ଯବାନଙ୍କ ମଧ୍ୟରେ ଏକ ରହସ୍ୟମୟ ଅଗ୍ନିକାଣ୍ଡ ହେତୁ ଏକ ହିଂସକ ଆକ୍ରମଣ ହୋଇଥିଲା । ଏକ ଅଗ୍ନିକାଣ୍ଡ ଚୀନ୍ ଯବାନଙ୍କ ତମ୍ବୁରେ ହୋଇଥିଲା।

ଜେନେରାଲ ବିକେ ସିଂ କହିଛନ୍ତି, ଭାରତ ଚୀନ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରରେ ଆଲୋଚନା ହୋଇଥିଲା । ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ ସୀମା ନିକଟରେ କୌଣସି ଯବାନ ଉପସ୍ଥିତ ରହିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଜୁନ୍ 15 ସନ୍ଧ୍ୟାରେ ଯେତେବେଳେ କମାଣ୍ଡିଂ ଅଫିସର ସୀମା ଯାଞ୍ଚ କରିବାକୁ ଯାଇଥିଲେ ସେତେବେଳେ ଚୀନ୍ର ସମସ୍ତ ଲୋକ ଫେରିନଥିବା ସେ ଦେଖିଥିଲେ। ସେଠାରେ ଚୀନର ତମ୍ବୁ ଥିଲା ।

କମାଣ୍ଡିଂ ଅଫିସର ତମ୍ବୁ ହଟାଇବାକୁ କହିଥିଲେ । ଏହି ସମୟରେ ଯେତେବେଳେ ଚୀନ୍ ଯବାନମାନେ ତମ୍ବୁ ହଟାଉଥିଲେ ହଠାତ୍ ନିଆଁ ଲାଗିଯାଇଥିଲା। ଯାହାକୁ ନେଇ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଚୀନର 40 ରୁ ଅଧିକ ଯବାନ ପ୍ରାଣ ହରାଇବା ବେଳେ ଭାରତର କର୍ଣ୍ଣେଲ ସନ୍ତୋଷଙ୍କ ସମେତ 20 ଜଣ ଯବାନ ଶହୀଦ ହୋଇଥିଲେ ।

ଜେନେରାଲ ଭିକେ ସିଂ କହିଛନ୍ତି, ଏହି ମନ୍ତବ୍ୟ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଏବେଯାଏଁ ଏହା ଦାବି କରାଯାଉଥିଲା ଯେ କର୍ଣ୍ଣେଲ ସନ୍ତୋଷଙ୍କୁ ଧୋକାରେ ହତ୍ୟା କରାଯାଇଛି । ଯାହାକୁ ନେଇ ଭାରତୀୟ ଯବାନମାନେ ଚୀନ ତମ୍ବୁରେ ନିଆଁ ଲଗାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.