ETV Bharat / bharat

ଶହୀଦ କର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି - ଡେପୁଟି କଲେକ୍ଟର

ଗଲୱାନ ଘାଟିରେ ଶହୀଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ତେଲେଙ୍ଗାନା ସରକାର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରିଛନ୍ତି।

india china face off
ଶହୀଦ କର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ଡେପୁଟି କଲେକ୍ଟର ଭାବରେ ନିଯୁକ୍ତି
author img

By

Published : Jun 22, 2020, 4:39 PM IST

ହାଇଦ୍ରାବାଦ: ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାରେ କର୍ଣ୍ଣଲ ସନ୍ତୋଷ ବାବୁଙ୍କ ସମେତ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏଭଳି ସମୟରେ ଦେଶ ପାଇଁ ଜୀବନ ଦେଇଥିବା ଏହି ବୀର ଯବାନଙ୍କ ପରିବାରର ପ୍ରାଥମିକତା ଗୁରୁତ୍ବପୂର୍ଣ୍ଣ ଅଟେ । ତେବେ ଗଲୱାନ ଘାଟିରେ ଶହୀଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ତେଲେଙ୍ଗାନା ସରକାର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରିଛନ୍ତି।

ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି । କର୍ଣ୍ଣେଲ ସନ୍ତୋଷଙ୍କ ପତ୍ନୀଙ୍କୁ ସୂର୍ଯ୍ୟପେଟ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ନିଯୁକ୍ତି କରାଯାଇଛି । ତେବେ ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ପ୍ରଶଂସନୀୟ ଅଟେ ।

ପ୍ରକାଶ ଥାଉକି, କର୍ଣ୍ଣଲ ସନ୍ତୋଷ ବାବୁ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ୍ ଅଫିସର ଥିଲେ । କର୍ଣ୍ଣଲ ସନ୍ତୋଷ ବାବୁ ତେଲେଙ୍ଗାନାର ସୂର୍ଯ୍ୟକୋଟର ବାସିନ୍ଦା ଥିଲେ। ତେବେ ତେଲେଙ୍ଗାନା ସରକାର ତାଙ୍କ ପତ୍ନୀଙ୍କୁ ଡେପୁଟି କଲେକ୍ଟର ଭାବରେ ଚାକିରି ଦେବା ସହ ତାଙ୍କ ପରିବାରକୁ 5 କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.