ETV Bharat / bharat

ଲକ ଡାଉନ : ଆଗଧାଡିର ଯୋଦ୍ଧା ସାଜିଛନ୍ତି 'ଅରବିନ୍ଦ' - ଆଗଧାଡିର ଯୋଦ୍ଧା ସାଜିଛନ୍ତି 'ଅରବିନ୍ଦ'

ଲକ ଡାଉନ ସମୟରେ ଲୋକଙ୍କୁ ସଚେତନ କରିବା ସହ ନିଜର ପରିବାର ଛାଡି କର୍ତ୍ତବ୍ୟ କରୁଛନ୍ତି ପୋଲିସ କର୍ମୀ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅରବିନ୍ଦ ସିଂ । ଅଧିକ ପଢନ୍ତୁ...

front line warrior in lockdown arvind
ଆଗଧାଡିର ଯୋଦ୍ଧା ସାଜିଛନ୍ତି 'ଅରବିନ୍ଦ'
author img

By

Published : Apr 3, 2020, 8:04 PM IST

ରାଞ୍ଚି: ମାର୍ଚ୍ଚ 25ରୁ ସାରା ଦେଶରେ କୋରୋନା ମୁକାବିଲା ନେଇ ଲକ ଡାଉନ କରାଯାଇଛି। ତେବେ ଅନ୍ୟ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇ ନିଜେ ଏଭଳି ସ୍ଥିତିରେ ଲଢୁଛନ୍ତି ଡାକ୍ତର ଏବଂ ପୋଲିସ କର୍ମୀମାନେ । ନିଜ ପରିବାର ଓ ସନ୍ତାନଙ୍କୁ ଛାଡି ନିଜର କର୍ତ୍ତବ୍ୟ କରୁଛନ୍ତି । ନଖାଇ ନଶୋଇ କରୁଛନ୍ତି ଦେଶର ସୁରକ୍ଷା ।ଆଉ ସାଜିଛନ୍ତି ଆଗଧାଡିର ଯୋଦ୍ଧା ।

ତେବେ ରାଞ୍ଚି ଲାଲପୁର ପୋଲିସ ଷ୍ଚେସନର ଇନଚାର୍ଜ ଅରବିନ୍ଦ କୁମାର ସିଂଙ୍କ କହିବା ଅନୁସାରେ,ଲକ ଡାଉନ ଲାଗୁ ହେବା ଦିନରୁ ସେ ଘରକୁ ଯାଇ ନାହାଁନ୍ତି । ଏମିତି କି ଥାନାରୁ ମାତ୍ର 5 କିଲୋମିଟର ଦୂରରେ ତାଙ୍କ ଘର । କିନ୍ତୁ କାମ ଛାଡି ଘରକୁ ଯିବା ସମ୍ଭବ ହେଉନାହିଁ । କେବଳ ଏତିକି ନାହିଁ ,ଥାନାରୁ ଟିକିଏ ସମୟ ମିଳିଲେ ସେ ଓ ତାଙ୍କ ଟିମ ଗରିବଙ୍କୁ ଖାଦ୍ୟ ବଣ୍ଟନ ମଧ୍ୟ କରିଥାନ୍ତି ।

ଯଦି ଲୋକମାନେ ସାମାଜିକ ଦୂରତ୍ବ ଏବଂ ଏହି ଲକ ଡାଉନକୁ ପୂର୍ଣ୍ଣ ସମର୍ଥନ କରନ୍ତି, ତେବେ ଦେଶ ନିହାତି ଭାବେ କୋରୋନା ଭାଇରସକୁ ହରାଇବାକୁ ସକ୍ଷମ ହୁଅନ୍ତା । ତେଣୁ ପ୍ରତ୍ୟକ ବ୍ୟକ୍ତି ଏହାକୁ ସଫଳ ହେବା ପାଇଁ ସହଯୋଗ କରନ୍ତୁ । ଏହାର ନିତାନ୍ତ ଆବଶ୍ୟକତା ରହିଛି ବୋଲି ସିଂ କହିଛନ୍ତି। ଅରବିନ୍ଦଙ୍କ ପତ୍ନୀ ଏବଂ ଦୁଇ ପିଲା ତାଙ୍କୁ ଦିନକୁ ଥରେ ଘରକୁ ଆସିବାକୁ ଚାହାଁନ୍ତି । କିନ୍ତୁ ତାଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ। ଫଳରେ ପିଲାଙ୍କ ସହ ଫୋନରେ କଥା ହୋଇଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.