ETV Bharat / bharat

ଆଜି ଠାରୁ ପୋଷ୍ଟ ଅପିସରୁ କରିପାରିବେ ରେଳ ଟିକେଟ ବୁକିଂ

ଦେଶରେ ନିୟମିତ ଦୈନିକ 200 ଟ୍ରେନ ଚଳାଚଳ କରିବାକୁ ଯାଉଛି । ଏଥିପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଛି । ଲକଡାଉନ ପରେ ଅଧିକରୁ ଅଧିକାଂଶ ଲୋକେ ଘରକୁ ଫେରିବାକୁ ଥିବାବେଳେ, ସଂକ୍ରମଣକୁ ଦୃଷ୍ଟି ରଖି ଟିକେଟ ବୁକିଂ କିମ୍ବା ବାତିଲ ଏବେ ପୋଷ୍ଟ ଅଫିସରୁ ହୋଇପାରିବ ।

author img

By

Published : May 22, 2020, 11:47 AM IST

ଆଜି ଠାରୁ ପୋଷ୍ଟ ଅପିସରୁ ବି ମିଳିବ ଟିକେଟ
ଆଜି ଠାରୁ ପୋଷ୍ଟ ଅପିସରୁ ବି ମିଳିବ ଟିକେଟ

ନୂଆଦିଲ୍ଲୀ: ଜୁନ 1ରୁ ନିୟମିତ ଦୈନିକ 200ଟି ପାସେଞ୍ଜର ଟ୍ରେନ ଚାଲିବ । ଏହି ଟ୍ରେନ ଗୁଡିକ ନନ ଏସି ରହିବ । ଏଥିପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଛି । ପ୍ରଥମେ ଅନଲାଇନ ଟିକେଟ ବୁକିଂ ନେଇ ଘୋଷଣା ହୋଇଥିବାବେଳେ, ପରେ କାଉଣ୍ଟର ମଧ୍ୟ ମିଳିପାରିବ ବୋଲି ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଟ୍ରେନ ଟିକେଟ ବୁକିଂ ନେଇ ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତୀୟ ରେଳ ବିଭାଗ । ଆଜି ଠାରୁ ପୋଷ୍ଟ ଅଫିସରେ ରିଜର୍ସଭେସନ ପାଇଁ ଟିକେଟ କାଟି ପାରିବେ କିମ୍ବା ଟିକେଟ କ୍ୟାନସେଲ ମଧ୍ୟ କରିପାରିବେ । ଏହା ସହ ଲାଇସେନ୍ସ ପ୍ରାପ୍ତ ଯାତ୍ରୀ ଟିକେଟ ସୁବିଧା କେନ୍ଦ୍ରରେ ଟିକେଟ ମିଳିପାରିବ । ଏପରିକି IRCTC ର ପ୍ରାଧିକୃତ ଏଜେଣ୍ଟମାନଙ୍କ ସଂରକ୍ଷଣ କେନ୍ଦ୍ର ଏବଂ ସାଧାରଣ ସେବା କେନ୍ଦ୍ରର ଯାତ୍ରୀ ସଂରକ୍ଷଣ ସିଷ୍ଟମ କାଉଣ୍ଟରରେ ଟିକେଟ ସୁବିଧା ଯାତ୍ରୀଙ୍କୁ ମିଳିପାରିବ ।

କୋରୋନା ଲକଡାଉନ ଯୋଗୁଁ ଦେଶରେ ନିୟମିତ ଟ୍ରେନ ଚଳାଚଳ ବନ୍ଦ ରହିଛି । କେବଳ ସ୍ପେଶାଲ ଟ୍ରେନ ଓ ଦିଲ୍ଲୀରୁ 15ଟି ସହରରୁ ନିର୍ଦ୍ଦିଷ୍ଟ ଗାଇଡଲାଇନରେ ଟ୍ରେନ ଚାଲୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.