ETV Bharat / bharat

ସ୍ମାର୍ଟଫୋନରେ ବେଙ୍ଗର ଖେଳ, ସୋସିଆଲ ମିଡିଆରେ ଚହଳ ପକାଇଲା ଭିଡିଓ

author img

By

Published : May 27, 2020, 3:08 PM IST

ଆପଣ କେବେ ଦେଖିଛନ୍ତି କି ବେଙ୍ଗ ମୋବାଇଲ ଗେମ ଖେଳିବା। ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ ଆଣ୍ଟ ସ୍ମାଶର୍ର ଗେମ ଖେଳୁଛି ବେଙ୍ଗ।

ଆଣ୍ଟ ସ୍ମାଶର୍ର ଗେମ ଖେଳୁଛି ବେଙ୍ଗ, ସୋସିଆଲ ମିଡିଆରେ ଛାଇଗଲା ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପିଲା ଠୁ ବୁଢା ପର୍ଯ୍ୟନ୍ତ ସଭିଏଁ ବିଭିନ୍ନ ମୋବାଇଲ ଗେମ ଖେଳିବାକୁ ପାାଗଳ ପ୍ରାୟ। କୋରୋନା ଲକଡାଉନ ସମୟରେ ସମସ୍ତେ ବିଭିନ୍ନ ପ୍ରକାର ମୋବାଇଲ ଗେମ ଖେଳି ସମୟ ଅତିବାହିତ କରୁଛନ୍ତି।

ନିର୍ଦ୍ଧିଷ୍ଟ ମୋବାଇଲ ଗେମ ଖେଳୁଥିବା ଲୋକ ହିଁ ସେହି ଗେମର ମଜ୍ଜା ଉଠାଇଥାଏ। ତେବେ ଆପଣ କେବେ ଦେଖିଛନ୍ତି କି ବେଙ୍ଗ ମୋବାଇଲ ଗେମ ଖେଳିବା। ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ ଆଣ୍ଟ ସ୍ମାଶର୍ର ଗେମ ଖେଳୁଛି ବେଙ୍ଗ।

ଏହି ଗେମରେ ପିମ୍ପୁଡି ଏବଂ ଓଡଶ ପୋକ ମୋବାଇଲ ଡିସପ୍ଲେ ଉପରେ ଦୃଶ୍ୟମାନ ହେବେ। ଏବଂ ଏହି ଗେମ ଖେଳୁଥିବା ବ୍ୟକ୍ତି ଆଙ୍ଗୁଠି ସାହାଯ୍ୟରେ ସେମାନଙ୍କୁ ମାରିବାକୁ ପଡେ।

ତେବେ ଏହି ଗେମ ଯେ ମଣିଷ ଛଡା ବେଙ୍ଗ ବି ଖେଳି ପାରେ ତାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ନିକଟରେ ଜଣେ ଆଇଏଫଏସ( ଇଣ୍ତିଆନ ଫରେଷ୍ଟ ଅଫିସର) ଏହି ଭିଡିଓଟି ସେୟାର କରିଥିଲେ। ଏହି ଭିଡିଓରେ ବେଙ୍ଗଟି ତା ଜିଭ ସାହାଯ୍ୟରେ ଆଣ୍ଟସ୍ମାସର ଗେମ ଖେଳୁଥିବାର ଦେଖାଦେଇଛି। ଏବଂ ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ 7 ହଜାର 300 ଲୋକ ଦେଖି ସାରିଥିବା ବେଳେ 500 ରୁ ଉର୍ଦ୍ଧ୍ବ ଲୋକଙ୍କ ଲାଇକ୍ ଏବଂ କମେଣ୍ଟ ମିଳିଛି। କେହି କେହି ଏହି ଖେଳକୁ ଦେଖି ଭୟଲାଗୁଛି ବୋଲି କମେଣ୍ଟରେ ଲେଖିଥିବା ବେଳେ କିଛି ଲୋକ କହିଛନ୍ତି ପଶୁପକ୍ଷୀଙ୍କ ଏଭଳି ବ୍ୟବହାର କରାଯିବା ଅନୁଚିତ୍।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.