ନୂଆଦିଲ୍ଲୀ: ବିଦେଶରୁ ପେରୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଣାଳୟର ଗାଇଡଲାଇନ । ଯଦି ବିଦେଶ ଫେରନ୍ତା କୋରୋନା ସନ୍ଦୀଗ୍ଧ, କିମ୍ବା କୋରୋନା ପଜିଟିଭ ହୁଅନ୍ତି କିମ୍ବା କୌଣସି କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥାନ୍ତି ତେବେ ସେମାନେ ପେଡ୍ କ୍ବାରେନଣ୍ଟାଇନରେ ରହିପାରିବେ । ସେମାନେ ହୋଟେଲ, ଲଜ୍, କୌଣସି ଆପାର୍ଟମେଣ୍ଟରେ ଟଙ୍କା ଦେଇ ରହିପାରିବେ ।
ଏହାସହ ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଏହା କୁହାଯାଇଛି ଯେ, ଏମିତି ଅନେକ ହୋଟେଲ ଆଦି ରହିଛି ଯେଉଁଠି ପ୍ରବାସୀ ଭାରତୀୟ ରହିପାରିବେ । ତେବେ ଏମିତି ଅନେକ ପରିସ୍ଥିତି ଦେଖାଦେଇଛି ଯେଉଁଠି ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଘରେ ସଙ୍ଗରୋଧରେ ରହିବାକୁ ସ୍ଥାନ ନାହିଁ । ସେପଟେ ପରିବାର ଲୋକ ମଧ୍ୟ ଏହି ସବୁକୁ ନେଇ ଚିନ୍ତିତ ରହୁଛନ୍ତି । ତେବେ ପରିବାର ଲୋକଙ୍କ ଚାପମୁକ୍ତ କରିବାକୁ କେନ୍ଦ୍ର ଏପରି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛି । ଏହାଦ୍ବାର ବିଦେଶରୁ ଫେରନ୍ତା ମଧ୍ୟ ସୁରକ୍ଷିତ ରହିବେ ଏବଂ ନିଜ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷା ଦେଇପାରିବେ ।
ତେବେ ସରକାର ଯେବେଠୁ ବିଦେଶରୁ ଲୋକଙ୍କୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ଏହାପରେ ଏହି ଗାଇଡଲାଇନ ଲାଗୁ କରାଯିବ । ଏହି ସେବା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶୁଳ୍କ ସ୍ଥିର କରାଯିବ । ଏହାସହ ସେହି ସବୁ ସ୍ଥାନ ଗୁଡିକରେ 24 ଘଣ୍ଟିଆ ଡାକ୍ତର ଓ ନର୍ସ ରହିବେ । ପ୍ରତ୍ୟେକ ଦିନ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ତାପମାତ୍ରା, ରକ୍ତଚାପ, ଶ୍ୱାସକ୍ରିୟା ହାର ଆଦି ଉପରେ ଦିନକୁ ଥରେ ସେମାନଙ୍କ ରେକର୍ଡ ରଖିବେ ବୋଲି ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଡାକ୍ତର ଜିଲ୍ଲା ତଦାରଖ ଅଧିକାରୀଙ୍କୁ ମଧ୍ୟ ଜଣାଇବେ।
ତେବେ ବିଦେଶ ଫେରନ୍ତା ଫୋନରେ କଥାବାର୍ତ୍ତା ହୋଇପାରିବେ । ସେ ରହୁଥିବା ସ୍ଥାନରେ ୱାଇ ଫାଇ ସୁବିଧା ଯୋଗାଇଦିଆଯିବ । ସମସ୍ତଙ୍କୁ ଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବେ ଏବଂ ଏହାକୁ ସବୁବେଳେ ଆକ୍ଚିଭ ମଧ୍ୟ ରଖିବେ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ।