ETV Bharat / bharat

ଗୋରଖପୁର ମନ୍ଦିର ଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ

author img

By

Published : Nov 26, 2020, 5:47 PM IST

ଫ୍ରାନ୍ସ ରାଷ୍ଟ୍ରଦୂତ ଆଜି(ଗୁରୁବାର) ସକାଳେ ଉତ୍ତରପ୍ରଦେଶର ଗୋରଖପୁର ମନ୍ଦିରରେ ପହଞ୍ଚି ଠାକୁର ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Gorakhnath temple
ଗୋରଖପୁର ମନ୍ଦିର

ଗୋରଖପୁର: ଦିନିକିଆ ଗୋରଖପୁର ଗସ୍ତରେ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁ୍ୟଏଲ ଲେନାଏନ । ସେ ଆଜି(ଗୁରୁବାର) ସକାଳେ ଉତ୍ତରପ୍ରଦେଶର ଗୋରଖପୁର ମନ୍ଦିରରେ ପହଞ୍ଚି ଠାକୁର ଦର୍ଶନ କରିଛନ୍ତି । ପାଖାପାଖି ସକାଳ 7.30 ରେ ଏମାନୁ୍ୟଏଲ ଗୋରଖପୁର ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଥିଲେ ।

ତେବେ ସେଠାରେ ସେ 2 ଘଣ୍ଟା ଧରି ରହିବାର କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ସେ ସେଠାକାର ମନ୍ଦିରର ଧାର୍ମିକ ଓ ସାଂସ୍କୃତିକ ମହତ୍ବକୁ ପଚାରି ବୁଝିଥିଲେ । ତେବେ ତାଙ୍କ ଗସ୍ତକୁ ଦେଖି ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ପରେ ସେଠାରୁ ସେ ରହୁଥିବା ହୋଟେଲକୁ ଫେରିଆସିଥିଲେ । ପୂର୍ବାହ୍ନ 10.30ରେ ସେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଥିଲେ । ତେବେ ଫ୍ରାନ୍ସ ରାଷ୍ଟ୍ରଦୁତ ଏମାନୁ୍ୟଏଲଙ୍କ ଗସ୍ତ ସମୟରେ ଗୋରଖପୁରର ଜିଲ୍ଲାଧିକାରୀ ବିଜେନ୍ଦ୍ର ପାଣ୍ଡିଆନ ତାଙ୍କ ସ୍ବାଗତ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.