ETV Bharat / bharat

ପୁଣି ଘାଟିରେ ଧାରା 144, ନମାଜ ପାଠ ବନ୍ଦ - ଧାରା 144

ଘାଟିରେ ଧାରା 144 ଲାଗିଛି । ଫଳରେ ଜନଜୀବନ ଏକ ପ୍ରକାର ଠପ ହୋଇ ପଡ଼ିଛି । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 30, 2019, 5:26 PM IST

ଶ୍ରୀନଗର: ଘାଟିରେ ପୁଣି ଲାଗିଲା 144 ଧାରା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହି ସମୟରେ ଲୋକମାନଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ଏହା ସହିତ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ମଧ୍ୟ ଲଗାଯାଇଥିବା ଜଣାପଡ଼ିଛି । ଏହା ସହିତ ନମାଜ ପାଠକୁ ମଧ୍ୟ ବନ୍ଦ କରାଯାଇଥିବା ଜଣାପଡ଼ିଛି ।

144 ଧାରା ଲାଗୁ ହେବା ପରେ ଘାଟିରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । ଫଳରେ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ସେହିପରି ଭାବେ ଘାଟିରେ ଟେଲିଫୋନ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ପୂର୍ବରୁ ଏହି ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

କେନ୍ଦ୍ର ସରକାର ଗତ 5 ତାରିଖରୁ ଜମ୍ମୁ କାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାକୁ ଉଚ୍ଛେଦ କରିଛନ୍ତି । ଏହା ସହିତ ଧାରା 370କୁ ମଧ୍ୟ ଉଚ୍ଛେଦ କହିଦେଇଛନ୍ତି । ସେପଟେ ଜମ୍ମୁ କାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟ ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିଛନ୍ତି ।

ସେପଟେ ଜମ୍ମୁ କାଶ୍ମୀର ତୁଙ୍ଗ ନେତାମାନଙ୍କୁ ଗୃହ ବନ୍ଦୀ କରି ରଖାଯାଇଛି । ସେମାନଙ୍କ ମଧ୍ୟରେ ପୂର୍ବତନ ଗୃହମନ୍ତ୍ରୀ ଫାରୁକ ଅବ୍ଦୁଲ୍ଲା, ଓମାର ଅବ୍ଦୁଲା ଏବଂ ମେହବୁବା ମୁଫତିଙ୍କ ସହିତ ଅନେକ ତୁଙ୍ଗନେତାଙ୍କୁ ମଧ୍ୟ ନଜରବନ୍ଦୀ କରି ରଖାଯାଇଥିଲା ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.