ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶକୁ 21 ଦିନିଆ ଲକ ଡାଉନ କରିଛନ୍ତି । ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ଦୋକାନ ବଜାର ଖୋଲୁ ନଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଯାହାର ସିଧାସଳଖ ପ୍ରଭାବ ପଡିଛି ବେସାହାରା ଓ ନିରାଶ୍ରୟ ମାନଙ୍କ ଉପରେ । ମୂଲ ଲାଗି ପେଟ ପୋଷୁଥିବା ଲୋକମାନେ ଭୋକରେ ରହୁଛନ୍ତି ।
ହେଲେ ଭୋକିଲାଙ୍କ ମୁହଁରେ ଦାନା ଦେଇଛନ୍ତି ଦିଲ୍ଲୀ ସରକାର । ରାତ୍ରୀ ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ବିନା ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯାଇଛି । ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି ।
ସୌଜନ୍ୟ @ANI