ETV Bharat / bharat

ରକ୍ଷା ବନ୍ଧନ ଉପହାର: ୟୁପି ମହିଳାଙ୍କ ପାଇଁ ଯୋଗୀ ସରକାରଙ୍କ ମାଗଣା ବସ ସେବା - ଯୋଗୀ ସରକାରଙ୍କ ମାଗଣା ବସ ଯାତ୍ରା

ରକ୍ଷା ବନ୍ଧନ ପର୍ବ ପାଇଁ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ (ୟୁପିଏସଆରଟିସି) ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ତେବେ ଏହି ଦିନ ସମସ୍ତ ବର୍ଗର ବସ୍‌ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଉପଲବ୍ଧ ରହିବ।

ରକ୍ଷା ବନ୍ଧନ ଉପହାର: ଉତ୍ତରପ୍ରଦେଶ ମହିଳାଙ୍କ ପାଇଁ ଯୋଗୀ ସରକାରଙ୍କ ମାଗଣା ବସ ଯାତ୍ରା

author img

By

Published : Aug 2, 2020, 7:36 AM IST

ଲକ୍ଷ୍ନୌ: ରାତି ପାହିଲେ ପାଳନ ହେବ ରକ୍ଷାବନ୍ଧନ। ରାକ୍ଷୀ ହେଉଛି ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ। ସେଥିପାଇଁ ତ ଏହି ପର୍ବ ସହ ଅନେକ ସ୍ମୃତି ଓ ପ୍ରେମ ଯୋଡି ହୋଇ ରହିଥାଏ। ତେବେ ଚଳିତ ବର୍ଷ ମଧ୍ୟ ମହାମାରୀର ଘନଘଟାରେ ଏହି ପର୍ବ ନିଆରା ଉପାୟରେ ପାଳନ ହେବ।

ରକ୍ଷା ବନ୍ଧନ ପର୍ବ ପାଇଁ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ (ୟୁପିଏସଆରଟିସି) ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ତେବେ ଏହି ଦିନ ସମସ୍ତ ବର୍ଗର ବସ୍‌ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଉପଲବ୍ଧ ରହିବ।

ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଘୋଷିତ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଅଗଷ୍ଟ 2 ମଧ୍ୟରାତ୍ରରୁ ଅଗଷ୍ଟ 3 ମଧ୍ୟରାତ୍ର ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଏହି ପର୍ବକୁ ଦୃଷ୍ଟିରେ ରଖି ରାକ୍ଷୀ ବିକ୍ରେତା ଏବଂ ମିଠା ଦୋକାନ ରବିବାର ଖୋଲା ରହିବ। ଏହି ଅବସରରେ ଜୋରଦାର ପାଟ୍ରୋଲିଂ ପାଇଁ ପୋଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରକ୍ଷା ବନ୍ଧନ ଉପରେ ସାମାଜିକ ଦୂରତା ନୀତି ସମେତ କୋଭିଡ୍ 19 ପାଇଁ ପ୍ରୋଟୋକଲ୍ ପାଳନ କରାଯିବା ଉଚିତ୍। ଚଳିତ ବର୍ଷ ଅଗଷ୍ଟ 3 ରେ ରକ୍ଷାବନ୍ଧନ ପାଳନ କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.