ETV Bharat / bharat

ଦୁଇ ଭଉଣୀଙ୍କୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ; ଜଣେ ଗିରଫ, 3 ଫେରାର

ଉତ୍ତର ପ୍ରଦେଶ ପରେ ଏବେ ରାଜସ୍ଥାନରୁ ପୁଣି ଆସିଲା ଗଣ ଦୁଷ୍କର୍ମର ଜଘନ୍ୟ ଖବର । ଜଲୋରର ଭିନମଲ ଅଞ୍ଚଳରେ ଦୁଇ ଭଉଣୀଙ୍କୁ ଘରୁ ଅପହରଣ କରିନେଇ ଗଣଦୁଷ୍କର୍ମ କଲେ ଚାରି ଯୁବକ । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବାକି 3 ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 19, 2020, 12:53 PM IST

Four youths kidnap two sisters from home, gang rape, one arrested
ଦୁଇ ଭଉଣୀଙ୍କୁ ଘରୁ ଉଠାଇ ନେଇ ଗଣ ଦୁଷ୍କର୍ମ; ଜଣେ ଗିରଫ, 3 ଫେରାର

ଜୟପୁର: ନିମ୍ନରୁ ନିମ୍ନ ସ୍ତରକୁ ଖସି ଯାଉଛି ମଣିଷ, ଯୌନ ଲାଳାସ ପାଇଁ ଏବେ ମଣିଷ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ କରିଚାଲିଛି । ଉତ୍ତର ପ୍ରଦେଶ ପରେ ଏବେ ରାଜସ୍ଥାନରୁ ପୁଣି ଆସିଲା ଗଣ ଦୁଷ୍କର୍ମର ଜଘନ୍ୟ ଖବର । ରାଜସ୍ଥାନର ଜଲୋରର ଭିନମଲ ଅଞ୍ଚଳରେ ଦୁଇ ଭଉଣୀଙ୍କୁ ଘରୁ ଅପହରଣ କରିନେଇ ଗଣଦୁଷ୍କର୍ମ କଲେ ଚାରି ଯୁବକ । ପୋଲିସର ରିପୋର୍ଟ ଅନୁଯାୟୀ, ଘରେ ଶୋଇଥିବା 14 ଓ 15 ବର୍ଷ ବୟସ୍କ ଦୁଇ ଭଉଣୀଙ୍କୁ ଚାରି ଯୁବକ ଜବରଦସ୍ତ ଉଠାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ପରେ ଉଭୟ ପୀଡିତାଙ୍କୁ ରାଜାପୁରର ପାହାଡ଼ର ବୁଦା ଭିତରୁ ଉଦ୍ଧାର କରାଯାଇଥିଲା, ଯେଉଁଠାରେ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଥିବା ପୋଲିସ କହିଛି ।

ସୂଚନା ଅନୁଯାୟୀ, ରାତି ପ୍ରାୟ ଗୋଟାଏ ବେଳେ ଦୁର୍ବୃତ୍ତମାନେ ଦୁଇ ଭଉଣୀ ଶୋଇଥିବା ବେଳେ ତାଙ୍କୁ ଉଠାଇ ନେଇଥିଲେ । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବାକି 3 ଜଣ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ଏସପି ଶ୍ୟାମ ସିଂ ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଉଭୟ ଭଉଣୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ସେମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ପରିପ୍ରେକ୍ଷୀରେ ପରିବାର ଲୋକେ ପୋଲିସ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି ଯେ, ରବିବାର ସକାଳ 6 ଟା ସମୟରେ ଦୁଇ ଝିଅ ନିଖୋଜ ହେବାର ସୂଚନା ପୋଲିସଙ୍କୁ ଦିଆଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ବିଳମ୍ବରେ ଆରମ୍ଭ କରିଥିଲେ । ତେବେ ପୀଡିତାଙ୍କ ପରିବାରର ଅସୁବିଧା ବିଷୟରେ ଜାଣିଥିବା ଏରିଆ ସାଂସଦ ଦେବଜୀ ପଟେଲ ପୋଲିସର କାର୍ଯ୍ୟକଳାପ ଉପରେ ଗୁରୁତର ପ୍ରଶ୍ନ ଉଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.