ETV Bharat / bharat

ବନ୍ଦୀ ଜୀବନରୁ ମୁକ୍ତ ପାଇଲେ 3 କଇଁଛ - ବନ୍ଦୀ ଜୀବନ

4 ବର୍ଷ ପରେ ବନ୍ଦୀ ଜୀବନରୁ ମୁକୁଳିଲେ 3 କଇଁଛ । ଦୀର୍ଘ ଦିନ ଧରି ଏକ ପାଣି ଟାଙ୍କି ମଧ୍ୟରେ ରହିଥିଲେ ଏହି କଇଁଛ । ପରେ ବନବିଭାଗ ଓ ପୋଲିସ ବିଭାଗ ଏହି କଇଁଛମାନଙ୍କୁ ପାଣିଟାଙ୍କିରୁ ଆଣି ନଦୀରେ ଛାଡ଼ିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 28, 2019, 10:34 PM IST

ରାୟପୁର: ବନ୍ଦୀ ଜୀବନରୁ ମୁକ୍ତି ପାଇଲେ କଇଁଛ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ଘଟଣାଟି ହେଉଛି ଛତିଶଗଡ଼ର ରାଜନାନ୍ଦଗାଓଁ ଅଞ୍ଚଳର । ଦୀର୍ଘ ଦିନରୁ ଏହି କଇଁଛ ଗୁଡ଼ିକ ଏକ ପାଣିଟାଙ୍କି ମଧ୍ୟରେ ବନ୍ଦୀ ଭାବେ ରହିଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ କୋର୍ଟରେ ମଧ୍ୟ ମାମଲା ହୋଇଥିଲା ।

ମିଳିଥିବା ସୂଚନା ମୁତାବକ ରାଜନାନ୍ଦଗାଓଁରେ ଏକ ପାଣି ଟାଙ୍କିରେ 3ଟି କଇଁଛ ବନ୍ଦୀ ଭାବେ ରହିଥିଲେ । ତେବେ ଏହାକୁ ନେଇ ‘ଇଟିଭି ଭାରତ’ ପ୍ରଥମେ ଖବର ପ୍ରକାଶ କରିଥିଲା । ପରେ ଏନେଇ କୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ମାମଲାରୁ ଶୁଣାଣି କରି 3କଇଁଛଙ୍କୁ ପାଣିଟାଙ୍କିରୁ ବାହାର କରି ନଦୀରେ ଛାଡି଼ବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଉଭୟ ବନବିଭାଗ ଓ ବସନ୍ତପୁର ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ସେମାନଙ୍କୁ ଶିବନାଥ ନଦୀରେ ଛଡାଯାଇଛି । ତେବେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ପୋଲିସ ମଧ୍ୟ ତଦନ୍ତକୁ ଜୋରଦାର କରିଥିଲା ।

ପୋଲିସ କହିଛି କି 2015 ମସିହାରେ ଏହି କଇଁଛଙ୍କୁ 6 ଜଣ ଲୋକଙ୍କ ଠାରୁ ଜବତ କରାଯାଇଥିଲା । ଏହି କଇଁଛ ଗୁଡ଼ିକୁ ବିଭିନ୍ନ ପ୍ରକାର ଯାଦୁବିଦ୍ୟାରେ ବ୍ୟବହାର କରୁଥିଲେ । ତେବେ ଏହି କଇଁଛ ଗୁଡ଼ିକୁ ଉଦ୍ଧାର କରାଯିବା ପରେ ବନ ବିଭାଗ ଏହା ଉପରେ ନଜର ରଖିଥିଲା ବୋଲି ପୋଲିସ ସୂଚନା ଦେଇଛି ।

ଏହି କଇଁଛ ଗୁଡ଼ିକୁ ଉଦ୍ଧାର ପାଇଁ ପୋଲିସ ପକ୍ଷରୁ କୋର୍ଟରେ ମାମଲା ରୁଜୁ ହୋଇଥିଲା । କୋର୍ଟର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା । କଇଁଛ ଗୁଡ଼ିକୁ ନଦୀରେ ଛଡ଼ାଯିବାକୁ କୋର୍ଟ ନିଷ୍ପତ୍ତି ନେବା ପରେ ସେଗୁଡ଼ିକୁ ବନବିଭାଗ ତତ୍ତ୍ବାବଧାନରେ ନଦୀରେ ଛଡ଼ାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.