ETV Bharat / bharat

ଘରୁ ଉଦ୍ଧାର ହେଲା 4 ନରକଙ୍କାଳ, ଝିଅ-ଜ୍ବାଇଁ ହତ୍ୟା କରିଥିବା ସନ୍ଦେହ

author img

By

Published : Aug 28, 2020, 7:28 PM IST

ଉତ୍ତରାଖଣ୍ଡର ଉଦ୍ଧମସିଂନଗର ଜିଲ୍ଲାର ରୁଦ୍ରପୁରରେ ଏକ ଘରୁ 4 ଟି ନରକଙ୍କାଳ ଉଦ୍ଧାର ହୋଇଛି । ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା କରି ଘରର ଭୂମିରେ ପୋତି ଦିଆଯାଇଥିବା ଜଣାପଡିଛି ।

four-skeleton-unearthed-in-rudrapur of uttarakhand
ଘରୁ ଉଦ୍ଧାର ହେଲା 4 ନରକଙ୍କାଳ, ଝିଅ-ଜ୍ବାଇଁ ହତ୍ୟା କରିଥିବା ସନ୍ଦେହ

ଡେରାଡୁନ : ଉତ୍ତରାଖଣ୍ଡର ଉଦ୍ଧମସିଂନଗର ଜିଲ୍ଲାର ରୁଦ୍ରପୁରରେ ଏକ ଘରୁ 4 ଟି ନରକଙ୍କାଳ ଉଦ୍ଧାର ହୋଇଛି । ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା କରି ଘର ଚଟାଣରେ ପୋତି ଦିଆଯାଇଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ଟ୍ରାଞ୍ଜିଟ୍ କ୍ୟାମ୍ପ ଅଞ୍ଚଳର ।

ତେବେ ସେହି ପରିବାରର ଝିଅ ଏବଂ ଜ୍ବାଇଁ ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବର୍ଷେ ପୂର୍ବେ ସେ ନିଜ ଶାଶୁ-ଶ୍ବଶୂର ଏବଂ ଦୁଇ ଶାଳିଙ୍କୁ ହତ୍ୟା କରିବା ପରେ ଘରେ ପୋତି ଦେଇଥିଲେ ବୋଲି କୁହାଯାଉଛି । ସମ୍ପତ୍ତି ପାଇଁ ଚାରି ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନା ପାଇବା ପରେ ଏସଏସପି, ଆଇଜି ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେପଟେ ପୋଲିସ ପଚରାଉଚରା ପାଇଁ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ହେପାଜତକୁ ନେଇଛି ।

ସୂଚନା ଅନୁଯାୟୀ, ସେହି ଅଞ୍ଚଳର ହିରାଲାଲ ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କ ସହ ଟ୍ରାଞ୍ଜିଟ୍ କ୍ୟାମ୍ପ ପୋଲିସ୍ ଷ୍ଟେସନର ରାଜା କଲୋନୀରେ ରହୁଥିଲେ । ଗତ ଏକ ବର୍ଷରୁ ପୁରା ପରିବାର ନିଖୋଜ ଥିଲେ। ଯାହାର ସୂଚନା ପୋଲିସକୁ ଦିଆଯାଇଥିଲା। ପୋଲିସ ପୁରା ମାମଲାରେ ନିଖୋଜ ହିରାଲାଲଙ୍କ ଜ୍ବାଇଁଙ୍କୁ ପଚରାଉଚରା କରିଥିଲା । ସେତେବେଳେ ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ ପାଇଥିଲା। ଏହା ପରେ ପୋଲିସ ଘର ଚଟାଣ ଖୋଳି ଭିତରୁ ଚାରିଟି ନରକଙ୍କାଳ ଉଦ୍ଧାର କରିଥିଲା। ହତ୍ୟା ପଛରେ ହିରାଲାଲଙ୍କ ଜ୍ବାଇଁ ଏବଂ ଝିଅ ଥିବା କୁହାଯାଉଛି ।

ସେପଟେ ହିରାଲାଲ, ତାଙ୍କ ପତ୍ନୀ ଦୁର୍ଗାବତୀ ଏବଂ ଦୁଇ ଝିଅ ପାର୍ବତୀ ଏବଂ ହେମବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ନିଜ ପୁତୁରା ନରେନ୍ଦ୍ର, ପତ୍ନୀ ଲୀଲାବତୀ ଏବଂ ବନ୍ଧୁ ବିଜୟଙ୍କ ସହ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.