ETV Bharat / bharat

ଆତ୍ମହତ୍ୟା କଲେ ଗୋଟିଏ ପରିବାରର 4 ସଦସ୍ୟ

ନଭୀ ମୁମ୍ବାଇର ଏକ ଫ୍ଲାଟରୁ ଗୋଟିଏ ପରିବାରର 4ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମୁମ୍ବାଇ ପୋଲିସ । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Feb 23, 2020, 3:20 PM IST

Updated : Feb 23, 2020, 3:29 PM IST

Four people of family found dead
ଆତ୍ମହତ୍ୟା କଲେ ଗୋଟିଏ ପରିବାରର 4 ସଦସ୍ୟ

ମୁମ୍ବାଇ: ଆତ୍ମହତ୍ୟା କଲେ ଗୋଟିଏ ପରିବାରର 4 ସଦସ୍ୟ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ନଭୀ ମୁମ୍ବାଇର ତଲୋଜା ଅଞ୍ଚଳରେ । ଶନିବାର ଏକ ଫ୍ଲାଟରୁ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀ ସହ ତାଙ୍କ ଦୁଇ ପିଲାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମୁମ୍ବାଇ ପୋଲିସ । ଦେଢ ମାସ ଧରି ବାରବାର ଫୋନ ପରେ ବି ମୃତକ ନିତେଶଙ୍କ ତରଫରୁ କୌଣସି ଉତ୍ତର ମିଳିନଥିଲା । ଶେଷରେ ଫ୍ଲାଟ୍ ମାଲିକ ଦ୍ବାରା ଘର ଖୋଲା ଯିବାରୁ ସତ ସାମ୍ନାକୁ ଆସିଥିଲା ।

ଘଟଣା ସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପୋଲିସ ଜବତ କରିଛି, ଯେଉଁଥିଲେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଲେଖାଯାଇଛି ଏବଂ ମୃତକଙ୍କୁ ହିନ୍ଦୁ ସଂସ୍କାର ଅନୁସାରେ ଅନ୍ତିମ ସଂସ୍କାର କରିବାକୁ ଅନୁରୋଧ କରାଯାଇଛି । ପୋଲିସ ରିପୋର୍ଟ ଅନୁଯାୟୀ, ନିତେଶ ଅନଲାଇନ ବ୍ୟବସାୟରେ ବହୁତ ବଡ଼ କ୍ଷତି ସହିବାରୁ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

@ ANI

Last Updated : Feb 23, 2020, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.