ETV Bharat / bharat

ଛତିଶଗଡ ଏନକାଉଣ୍ଟରରେ 4 ନକ୍ସଲ ନିହତ, ଏକେ-47 ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ - ଛତିଶଗଡ ଏନକାଉଣ୍ଟରରେ 4 ନକ୍ସଲ ନିହତ

ଶୁକ୍ରବାର ବିଳମ୍ବିତ ରାତ୍ରିରେ ଛତିଶଗଡ ରାଜନାନ୍ଦଗାଓଁ ଜିଲ୍ଲାର ମଦନୱାଡା ଅଞ୍ଚଳରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର। ଏଥିରେ 4 ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି। ଅଧିକ ଖବର ପଢନ୍ତୁ...

Four naxals killed in late night encouter at Chhattisgarh village
ଛତିଶଗଡ ଏନକାଉଣ୍ଟରରେ 4 ନକ୍ସଲ ନିହତ, ଏକେ-47 ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ
author img

By

Published : May 9, 2020, 10:19 AM IST

Updated : May 9, 2020, 1:22 PM IST

ରାୟପୁର: ଛତିଶଗଡ ରାଜନାନ୍ଦଗାଓଁ ଜିଲ୍ଲାର ମଦନୱାଡା ଅଞ୍ଚଳରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର। ତେବେ ଶୁକ୍ରବାର ବିଳମ୍ବିତ ରାତ୍ରିରେ କରାଯାଇଥିବା ଏନକାଉଣ୍ଟରରେ 4 ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି।

ଛତିଶଗଡ ଏନକାଉଣ୍ଟରରେ 4 ନକ୍ସଲ ନିହତ, ଏକେ-47 ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ

ତେବେ ଆକ୍ରମଣରେ ବ୍ୟବହୃତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଯଥା ଗୋଟିଏ ଏକେ-47 ରାଇଫଲ, 1 ଏସଏଲଆର୍ ଅସ୍ତ୍ର ଏବଂ ଦୁଇଟି .315 ବୋର ରାଇଫଲ ଜବତ କରାଯାଇଛି। ଏହାସହ 4 ନକ୍ସଲୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ବୋଲି ରାଜନନ୍ଦଗାଓଁ ଏଏସପି କହିଛନ୍ତି।

ପୋଲିସର ସୂଚନାନୁସାରେ, ନକ୍ସଲମାନେ ମନପୁର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ପାର୍ଡୋନି ଗ୍ରାମ ନିକଟରେ ପୋଲିସ କର୍ମଚାରୀଙ୍କ ଉପରେ ଗୁଳି ଚଳାଇ ବିଳମ୍ବିତ ରାତିରେ ଏନକାଉଣ୍ଟର ଆରମ୍ଭ କରିଥିଲେ। ତେବେ ଏହାପୂର୍ବରୁ ଏକ ଖବର ଆସିଥିଲା ଯେ, ଏନକାଉଣ୍ଟର ସ୍ଥଳରୁ 4ଜଣ ସୈନିକ ନିଖୋଜ ହୋଇଯାଇଛନ୍ତି। ତେବେ ପୋଲିସ ଏହି ସୂଚନା ସମ୍ପର୍କରେ କୌଣସି ନିଶ୍ଚିତତା ପ୍ରକାଶ କରି ନାହିଁ।

ବର୍ତ୍ତମାନ ଅତିରିକ୍ତ ଏସପି ଗୋରଖନାଥ ବାଗେଲ ଏବଂ ଏସପି ଜିତେନ୍ଦ୍ର ଶୁକ୍ଲାଙ୍କ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଏନକାଉଣ୍ଟର ସ୍ଥାନ ପରିଦର୍ଶନ କରିଛନ୍ତି ।

Last Updated : May 9, 2020, 1:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.