ହାଇଦ୍ରାବାଦ: ଆଗାମୀ 10 ଦିନରେ ସୁପ୍ରିମକୋର୍ଟରେ ହେବାକୁ ଯାଉଛି 4ଟି ବଡ ଶୁଣାଣି । ଦୀର୍ଘ ଦଶନ୍ଧି ଧରି ସୁପ୍ରିମକୋର୍ଟରେ ଛନ୍ଦି ହୋଇ ରହିଥିବା ଏହି 4ଟି ବଡ ମାମଲାରେ ପଡିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ଆଉ ଏହି ଶୁଣାଣି ସାରା ଦେଶ ଉପରେ ପକାଇବ ବଡ ପ୍ରଭାବ । ତେବେ ଆସନ୍ତୁ ଜାଣିବା କଣ କଣ ହେଉଛି ଏହି ୪ଟି ବଡ ଶୁଣାଣି ।
1. ଅଯୋଧ୍ୟା ମାମଲା-
1885ରୁ ଦେଶରେ ଲାଗି ରହିଥିହା ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦର ଶୁଣାଣି ଇତି ମଧ୍ୟରେ ଅନ୍ୟତମ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଗାମୀ ସୋମବାରଠାରୁ ଏହାର ଶୁଣାଣି ଆରମ୍ଭ କରିବେ । 1885ରୁ ଲାଗି ରହିଥିବା ଏହି ବିବାଦ ଦେଶର ସାମାଜିକ-ଧାର୍ମିକ ମାମଲାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇଛି । ତେବେ ଏହି ବିବାଦର ଶୁଣାଣି ଦୀର୍ଘ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି ।
2.ସାବରିମାଳା ମନ୍ଦିର
ସେହିପରି 2ୟ ତଥା ଅନ୍ୟତମ ପ୍ରମୁଖ ମାମଲା ହେଉଛି କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅନୁମତି ପ୍ରସଙ୍ଗ । 65ଟି ପିଟିସନ ବିଶିଷ୍ଟ ଏହି ମାମଲର ଗତ ସେପ୍ଟେମ୍ବର 28ରେ ଶୁଶାଣି ସରିଥିବାବେଳେ ଏହା ଚୂଡାନ୍ତ ହୋଇପାରି ନାହିଁ । ଗତ ଫେବ୍ରୁଆରୀ 6 ତାରିଖରେ ଏନେଇ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଉ ଆଗାମୀ 10 ଦିନ ମଧ୍ୟରେ ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ 3 ଜଣିଆ ଖଣ୍ଡପୀଠ ଏହାର ଚୂଡାନ୍ତ ଶୁଣାଣି କରିବେ ।
3. ରାଫେଲ ଡିଲ୍
ସେହିପରି ଫ୍ରାନ୍ସରୁ କିଣାଯାଇଥିବା 36 ରାଫେଲ ବିମାନ କ୍ଲିନ ଚିଟ ଦିଆଯାଇଥିବା ନିଷ୍ପତ୍ତି ଉପରେ ରାୟ ଆସିବ । ସିଜେଆଇଙ୍କ 3ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବ ।
4. ଆରଟିଆଇ ଅଧିନରେ ବିଚାରପତି
ଶେଷ ଗୁରୁତ୍ୱପୂର୍ଣ୍ଣ ମାମଲାଟି ହେଉଛି ସୂଚନା ଅଧିକାର ଆଇନ ଅଧିନରେ ପ୍ରଧାନ ବିଚାରପତି । ଏହି ମାମଲା ଉପରେ ରାୟ ଆସିବାକୁ ଯାଉଛି ।