ETV Bharat / bharat

ବସକୁ ପିଟିଲା କାର, 4 ମୃତ - ବସକୁ ପିଟିଲା କାର

ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ବସକୁ କାର ଧକ୍କା ଦେବା ଫଳରେ ଚାରି ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

four dead in road accident on uttarpradesh
ବସକୁ ପିଟିଲା କାର, 4 ମୃତ
author img

By

Published : Nov 28, 2020, 3:35 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ବସ ସହିତ ଧକ୍କା ହେଲା ହେଲା କାର । ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରେ ଶନିବାର ସକାଳେ ଏହି ଭୟାନକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଚାରିଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଘଟଣାସ୍ଥଳରୁ 5 ଗୁରୁତର ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଚାରି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଅନ୍ୟ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ମୃତଦେହ ବ୍ୟବଚ୍ଛେଦ ପରେ ହିଁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଗତ ଗୁରୁବାର ଦିନ ମଧ୍ୟ ଉତ୍ତର ପ୍ରଦେଶ ପାନଭେଲରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଆଖି ବୁଜିଥିବା ବେଳେ 13 ଜଣ ଆହତ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.