ETV Bharat / bharat

ପୋଖରୀରେ ପଡି ଗୋଟିଏ ପରିବାରର 4 ଶିଶୁ ମୃତ - କର୍ଣ୍ଣାଟକ ଖବର

ପୋଖରୀରେ ମୋବାଇଲ ପଡିଯିବା ପରେ ଡରରେ ପିଲାମାନେ ବାପା-ମାଆଙ୍କୁ ଜଣାଇନଥିଲେ । ନିଜେ ଆଣିବାକୁ ଚେଷ୍ଟା କରି ଜଣକ ପରେ ଜଣେ ପୋଖରୀରେ ଖସିପଡିଥିଲେ । ଅଧିକ ପଢନ୍ତୁ...

ପୋଖରୀରେ ପଡି ଗୋଟିଏ ପରିବାରର 4 ଶିଶୁ ମୃତ
ପୋଖରୀରେ ପଡି ଗୋଟିଏ ପରିବାରର 4 ଶିଶୁ ମୃତ
author img

By

Published : Apr 4, 2020, 10:13 PM IST

ବେଲାଗାଭୀ(କର୍ଣ୍ଣାଟକ): ସାରା ରାଜ୍ୟରେ ଲକଡାଉନ ଘୋଷିତ ହୋଇଥିବାବେଳେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଚାଷ ଜମିରେ ଥିବା ପୋଖରୀରେ ପଡି ଗୋଟିଏ ପରିବାରର 4 ଶିଶୁଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ବେଲଗୌମ ଜିଲ୍ଲାର ଅଜ୍ଜାନାକଟ୍ଟି ଗାଁରେ ।

ମୃତ ଶିଶୁଙ୍କ ନାମ ହେଲା ଭାଗଭଭ(6 ବର୍ଷ), ଥାୟାମ୍ମା(5 ବର୍ଷ), ମଲପ୍ପା(4 ବର୍ଷ) ଏବଂ ରାଜଶ୍ରୀ(2 ବର୍ଷ) । ଏମାନେ ସମସ୍ତେ କ୍ରେପା ଓ ରାଜଶ୍ରୀ ଜାକ୍କାନ୍ନଭରାଙ୍କ 4 ସନ୍ତାନ । କୋରୋନା ଭୟ ଯୋଗୁଁ ଏମାନେ ସମସ୍ତେ ନିଜ ଫାର୍ମ ହାଉସ ପଳାଇ ଆସିଥିଲେ ।

ତେବେ ଖବର ଅନୁସାରେ ମୋବାଇଲରେ ଖେଳୁଥିବାବେଳେ ଏହି ଘଟଣା ଘଟିଥିଲା । ପୋଖରୀରେ ମୋବାଇଲ ପଡିଯିବା ପରେ ଡରରେ ବାପା-ମାଆଙ୍କୁ ପିଲା ଜଣାଇନଥିଲେ । ନିଜେ ଆଣିବାକୁ ଚେଷ୍ଟା କରି ଜଣକ ପରେ ଜଣେ ପୋଖରୀରେ ଖସିପଡିଥିଲେ । ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.