ETV Bharat / bharat

ଟିକ୍‌ ଟକ୍‌ ଭିଡିଓ ପ୍ରସ୍ତୁତକୁ ନେଇ ଗୁଳିମାଡ, 4 ଆହତ

author img

By

Published : Dec 11, 2019, 12:27 PM IST

ଟିକ୍‌ ଟକ୍‌ ଭିଡିଓ କରିବାକୁ ନେଇ ଘଟିଛି ଗୁଳିକାଣ୍ଡ । ଘଟଣାରେ 4ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

four attacked after rucks over making tik tok video in delhi
ଟିକ୍‌ ଟକ୍‌ ଭିଡିଓକୁ ନେଇ ଗୁଳିମାଡ,

ନୂଆଦିଲ୍ଲୀ: ସ୍ଥାନୀୟ ପ୍ରେମନଗର ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏକ ବିରଳ କାଣ୍ଡ । ଟିକ୍‌ ଟକ୍‌ ଭିଡିଓ ବନେଇବାକୁ ନେଇ ଘଟିଛି ଗୁଳିକାଣ୍ଡ । ଘଟଣାରେ 4ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, କିଛି ମୁଖାପିନ୍ଧା ଦୁର୍ବୃତ୍ତ ସ୍ଥାନୀୟ ଅଞ୍ଚଳର ଏହି ଯୁବକମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସିସିଟିଭି କ୍ୟାମେରାର ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଲାଗି ପଡ଼ିଛି ପୋଲିସ । ପୋଲିସ କହିବା ଅନୁସାରେ, ଏକ ବିବାହ ସମାରୋହରେ ଟିକ୍‌ ଟକ୍‌ ଭିଡ଼ିଓ ପ୍ରସ୍ତୁତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ସୋମବାର ରାତି ପାଖାପାଖି ୯ଟା ୩୦ରେ ମୁଖ୍ୟ ମୁବାରକପୁର ରୋଡ, ସୋମ ବଜାରରୋଡସ୍ଥିତ ସି ବ୍ଲକରେ ଗୁଳିଫୁଟିବା ନେଇ ସୂଚନା ମିଳିଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଏକ ନିର୍ମାଣାଧୀନ ଘରେ ୪ ଜଣ ଯୁବକଙ୍କୁ ଦେଖିବାକୁ ପାଇଥିଲା । ସମସ୍ତଙ୍କ ଦେହରେ ଗୁଳି ବାଜିଥିଲା । ଆହତମାନେ ହେଲେ ଅଗର ନଗର ନିବାସୀ ରବି (୨୫), ପ୍ରେମନଗର ନିବାସୀ ରାଜେନ୍ଦ୍ର (୪୬), ସଞ୍ଜିବ (୨୩) ଓ ବ୍ରଜ ବିହାର ପ୍ରେମ ନଗର ନିବାସୀ ହିମାଂଶୁ ପାଳ (୨୩) ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.