ETV Bharat / bharat

ରାମ ମନ୍ଦିର ଶିଳାନ୍ୟାସ: ମୋଦିଙ୍କ ସହ ଯୋଗଦେବେ 200 ଅତିଥି

author img

By

Published : Jul 22, 2020, 5:28 PM IST

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ 5ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ 200 ଜଣ ନିମନ୍ତ୍ରିତ ଅତିଥି ଯୋଗ ଦେବେ । ଅଧିକ ପଢନ୍ତୁ...

ଅଯୋଧ୍ୟା ରାମମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେବେ 2ଶହ ଅତିଥି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ 5ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ 150 ଜଣ ନିମନ୍ତ୍ରିତ ଅତିଥି ଯୋଗ ଦେବେ । ତେବେ ମୋଟ ଅତିଥି ସଂଖ୍ୟା 200ରୁ ଅଧିକ ହେବ ନାହିଁ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦଦେବ ଗିରି ପ୍ରକାଶ କରିଛନ୍ତି ।

ବୁଧବାର ପୁନେରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦଦେବ ଗିରି କହିଛନ୍ତି, ଆମେ ସ୍ଥିର କରିଛୁ ଯେ ଏହି କାର୍ଯ୍ୟକ୍ରମରେ 150 ନିମନ୍ତ୍ରିତ ଅତିଥିଙ୍କ ସମେତ ମୋଟ 200 ଜଣ ଲୋକ ଉପସ୍ଥିତ ରହିବେ ।

ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ରାମ ଓ ହନୁମାନ ଗରହୀ ମନ୍ଦିରରେ ହନୁମାନଙ୍କୁ ପୂଜାର୍ଚ୍ଚନା କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରକାଶ କରିଛନ୍ତି ।

ଅଯୋଧ୍ୟାରେ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ତିନିଦିନିଆ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବ । ଏହି କାର୍ଯ୍ୟକ୍ରମ ଅଗଷ୍ଟ 3ରୁ ଆରମ୍ଭ ହୋଇ ଅଗଷ୍ଟ 5ରେ ଭୂମି ପୂଜନ କରାଯାଇ ଶେଷ କରାଯିବ । ଭେଟେରାନ ବିଜେପି ନେତା ଏଲକେ ଆଡଭାନୀ ଓ ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ଟ୍ରଷ୍ଟର ଅନ୍ୟଜଣେ ସଦସ୍ୟ ମଙ୍ଗଳବାର ପ୍ରକାଶ କରିଥିଲେ । ସେହିପରି ମୁରଲୀ ମନୋହର ଯୋଶୀ, ଉମା ଭାରତୀ ଓ ବିନୟ କାଟିୟାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶୁଭ ସମୟ ଅଗଷ୍ଟ 5 ମଧ୍ୟାହ୍ନ 12.15କୁ ନିର୍ଦ୍ଧାରିତ କରାଯାଇଛି । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନିତ୍ୟ ଗୋପାଳ ଦାସଙ୍କ ପକ୍ଷରୁ ସୂଚନା ମିଳିଛି ।

ବୈଦିକ ରୀତିନୀତିରେ ଗଣେଶଙ୍କ ପୂଜା ସହିତ ଭୂମି ପୂଜନ ପ୍ରକ୍ରିୟା ଆରମ୍ଭ ହେବ । ଏହାର ପରଦିନ ପୁରୋହିତମାନେ ରାମଚାର୍ଯ୍ୟ ପୂଜା କରିବେ ଓ ଶେଷ ଦିନ ଅଗଷ୍ଟ 5ରେ ଆଉ ଏକ ଭୂମି ପୂଜନ କରାଯିବ। ବାରଣାସୀ ଓ ଅଯୋଧ୍ୟାରୁ 11 ଜଣିଆ ପୁରୋହିତ ଦଳ ତିନି ଦିନିଆ ପୂଜା କରିବେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀର ପୁରୋହିତମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଅଯୋଧ୍ୟା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଘଣ୍ଟିଆ କାର୍ଯ୍ୟକ୍ରମ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.