ETV Bharat / bharat

ବାବ୍ରୀ ମାମଲା: ରାୟ ଶୁଣାଣି ପରେ ହସ୍ପିଟାଲରେ ମିଠା ବାଣ୍ଟିଲେ କଲ୍ୟାଣ ସିଂ - ବାବ୍ରି ମାମଲା

ଦୀର୍ଘ 28 ବର୍ଷ ଧରି ବାବ୍ରି ମସଜିଦ ବିଧ୍ବଂସ ମାମଲାର ଶୁଣାଣି ଆଜି ହୋଇଛି । ଆଉ ଏଥିରେ ସମସ୍ତ 32 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଯେଉଁଥିରେ ୟୁପିର ପୂର୍ବତନ ସିଏମ କଲ୍ୟାଣ ସିଂ ରହିଛନ୍ତି । ତେବେ ଏହି ରାୟ ଶୁଣାଣି ପରେ କିପରି ସେ ଖୁସି ବ୍ୟକ୍ତ କରିଛନ୍ତି ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାବ୍ରି ମାମଲା: ରାୟ ଶୁଣାଣୀ ପରେ ହସ୍ପିଟାଲରେ ମିଠା ଖାଇ ଖୁସି ବ୍ୟକ୍ତ କଲେ କଲ୍ୟାଣ ସିଂ

author img

By

Published : Sep 30, 2020, 5:38 PM IST

ଲକ୍ଷ୍ନୌ: ଆଜି ବାବ୍ରି ମସଜିଦ ଧଂସ ମାମଲାରେ ରାୟ ପ୍ରକାଶ ପାଇଛି । ଯାହାକୁ ନେଇ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଗାଜିଆବାଦର ଏକ ଡାକ୍ତରଖାନାର କୋରୋନା ୱାର୍ଡରେ ଭର୍ତ୍ତି ହୋଇଥିବାବେଳେ, କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ବିବାଦୀୟ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟର ନିଷ୍ପତ୍ତିରେ କଲ୍ୟାଣ ସିଂ ଅତ୍ୟଧିକ ଖୁସିଥିବା ଜଣାପଡିଛି। କଲ୍ୟାଣ ସିଂଙ୍କୁ 16 ତାରିଖରୁ ଗାଜିଆବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବାବ୍ରି ମାମଲା: ରାୟ ଶୁଣାଣୀ ପରେ ହସ୍ପିଟାଲରେ ମିଠା ଖାଇ ଖୁସି ବ୍ୟକ୍ତ କଲେ କଲ୍ୟାଣ ସିଂ
ବାବ୍ରି ମାମଲା: ରାୟ ଶୁଣାଣୀ ପରେ ହସ୍ପିଟାଲରେ ମିଠା ଖାଇ ଖୁସି ବ୍ୟକ୍ତ କଲେ କଲ୍ୟାଣ ସିଂ

କଲ୍ୟାଣ ସିଂଙ୍କ ପୁଅ ଏବଂ ହସ୍ପିଟାଲର କର୍ମଚାରୀମାନେ ଏହି ନିଷ୍ପତ୍ତି ପରେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ମିଠା ମଧ୍ୟ ଖାଇବାକୁ ଦେଇଥିଲେ। କଲ୍ୟାଣ ସିଂ ବୁଧବାର ସକାଳେ ତାଙ୍କ ୱାର୍ଡରେ ଟିଭି ଦେଖୁଥିଲେ ଏବଂ ଏହି ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ। କୋରୋନାରେ ପୀଡିତ ହେବା ପରେ ସେପ୍ଟେମ୍ବର 16 ତାରିଖରେ ସେ ଗାଜିଆବାଦର ଯଶୋଦା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଡାକ୍ତରଖାନାର ମେଡିକାଲ ଅଧୀକ୍ଷକ ଅନୁଜ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ, କଲ୍ୟାଣ ସିଂଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ଅନ୍ୟପକ୍ଷରେ, ଅଯୋଧ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ସମ୍ପର୍କରେ ସୂଚନା ପାଇବା ପରେ ସେ ନିଜକୁ ବହୁତ ଖୁସି ଅନୁଭବ କରିଥିଲେ। ଅଯୋଧ୍ୟାରେ 6 ଡିସେମ୍ବର 1992 ରେ ଭାଙ୍ଗିଯାଇଥିବା ବିବାଦୀୟ ସଂରଚନା ମାମଲାରେ ଆଜି ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହାର ରାୟ ଦେଇଛନ୍ତି। ଏହି ମାମଲାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସମେତ ସମସ୍ତ 32 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

28 ବର୍ଷର ଏହି ଶୁଣାଣି ଉପରେ ମସଜିଦର ଢାଞ୍ଚା ଭାଙ୍ଗିବାର ଅପରାଧିକ ମାମଲାରେ ଏହି ନିଷ୍ପତ୍ତି ଉପରେ ଶ୍ରୀ କଲ୍ୟାଣ ସିଂ କହିଛନ୍ତି ଯେ, ଏହା ଏକ ଐତିହାସିକ ନିଷ୍ପତ୍ତି ଏବଂ ସେ ଭାରତର ନ୍ୟାୟପାଳିକା ଉପରେ ଗଭୀର ବିଶ୍ବାସ ପ୍ରକାଶ କରିଛନ୍ତି ଏବଂ କୋଭିଡ ଚିକିତ୍ସା ସହିତ ସେ ସୁସ୍ଥ ଏବଂ ଭଲ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.