ETV Bharat / bharat

'ଧୋକା ପାର୍ଟ-2 ପାଇଁ ପ୍ରସ୍ତୁତ ରହୁ ବିଜେପି' - nda

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ବିଜେପିକୁ ଆଉ ଏକ ଝଟକା ଦେଇପାରନ୍ତି । ନୀତିଶଙ୍କଠାରୁ ଦ୍ବିତୀୟ ଥର ଧୋକା ପାଇଁ ପ୍ରସ୍ତୁତ ରହିବାକୁ ବିଜେପିକୁ ଚେତାବନୀ ଦେଇଛନ୍ତି ବିଜେପି ଛାଡି ମହାମେଣ୍ଟରେ ସାମିଲ ହୋଇଥିବା ଉପେନ୍ଦ୍ର କୁଶୱାହ ।

ଫାଇଲ ଫଟୋ
author img

By

Published : Jun 3, 2019, 12:43 PM IST

ନୂଆଦିଲ୍ଲୀ: ବିଜେପିକୁ ଲାଗିପାରେ ଆଉ ଏକ ଝଟକା । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ବିଜେପିକୁ ଆଉ ଏକ ଝଟକା ଦେଇପାରନ୍ତି । ନୀତିଶଙ୍କଠାରୁ ଦ୍ବିତୀୟ ଧୋକା ପାଇବା ପାଇଁ ପ୍ରସ୍ତୁତ ରହିବାକୁ ବିଜେପିକୁ ଚେତାବନୀ ଦେଇଛନ୍ତି ରାଷ୍ଟ୍ରୀୟ ଲୋକସମତା ଦଳର ମୁଖ୍ୟ ତଥା ବିଜେପି ଛାଡି ମହାମେଣ୍ଟରେ ସାମିଲ ହୋଇଥିବା ଉପେନ୍ଦ୍ର କୁଶୱାହ ।

ବିଜେପି ଏବଂ ନୀତିଶ କୁମାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଯୁଦ୍ଧକୁ ନେଇ ଟିପ୍ପଣୀ କରିବା ସହ ବିଜେପିକୁ ଚେତାବନୀ ଦେଇଛନ୍ତି ଉପେନ୍ଦ୍ର କୁଶୱାହ । ସେ କହିଛନ୍ତି, ନୀତିଶ କୁମାର ଲୋକଙ୍କ ଜନାଦେଶକୁ ଅପମାନ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି । ଲୋକଙ୍କ ଜନାଦେଶ ଏବଂ ମହାମେଣ୍ଟର ସହଯୋଗୀଙ୍କୁ ଧୋକା ଦେବା ତାଙ୍କ ପୁରୁଣା ଅଭ୍ୟାସ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ମନ୍ତ୍ରିମଣ୍ଡଳର ଗଠନ ସମୟରେ ବିଜେପି ଏନଡିଏର ସହଯୋଗୀ ଜେଡିୟୁକୁ କେବଳ ଗୋଟିଏ ଆସନ ଛାଡ଼ିଥିଲା । କିନ୍ତୁ ନୀତିଶ ଏହାକୁ ଏଡାଇ ଦେଇଥିଲେ। ତେବେ ନୀତିଶ ବିଜେପିର ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ପ୍ରକାଶ କରିଥିବା ରାଜନୈତିକ ଗଳିରେ ଚର୍ଚ୍ଚା ହେଉଛି । ସେ ବିଜେପିଠାରୁ ଏହାର ପ୍ରତିଶୋଧ ମଧ୍ୟ ନେଇ ପାରନ୍ତି ବୋଲି କୁହାଯାଉଛି ।

Intro:Body:

dfdddh

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.