ଚେନ୍ନାଇ: ତାମିଲନାଡୁର ପୂର୍ବତନ ମତ୍ସ୍ୟ ମନ୍ତ୍ରୀ ତଥା ଡିଏମକେ ବିଧାୟକ କେପିପି ସାମୀଙ୍କ ପରଲୋକ । ଗୁରୁବାର ସକାଳେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 57 ବର୍ଷ ବୟସ ହୋଇଥିଲା । ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ କେପିପି ସ୍ବାମୀ ।
2006ରୁ 2011 ପର୍ଯ୍ୟନ୍ତ କେପିପି ସାମୀ ଡିଏମକେ ସରକାରରେ ମତ୍ସ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । 2016ରେ ଦ୍ବିତୀୟ ଥର ସେ ଥିରୁଭୋଟ୍ଟିୟୁର ବିଧାନସଭା ନିର୍ବାଚନ ଆସନରୁ ଲଢି ବିଜୟୀ ହୋଇଥିଲେ । ପ୍ରଥମ ଥର 2006ରେ ସମାନ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ।
ସାମୀଙ୍କ ମୃତ୍ୟୁ ସହ ଡିଏମକେ ବର୍ତ୍ତମାନ ନିଜର 2ଟି ବିଧାୟକଙ୍କୁ ହରାଇଛି । ପୂର୍ବରୁ ବିଲ୍ଲୁପୁରମ ଜିଲ୍ଲାର ବିକ୍ରାବଣ୍ଡି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିବା କେ. ରାଧାମଣିଙ୍କ ଗତବର୍ଷ ଜୁନରେ ବିୟୋଗ ହୋଇଥିଲା ।
@ANI