ମୁମ୍ବାଇ: ମହାରାଷ୍ଟ୍ର ପୂର୍ବତନ ନିର୍ବାଚନ ଆୟୋଗଙ୍କ କୋରୋନାରେ ମୃତ୍ୟୁ । ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ମହାରାଷ୍ଟ୍ର ପୂର୍ବତନ ନିର୍ବାଚନ ଆୟୋଗ ନିଲା ସତ୍ୟନାରାୟଣଙ୍କ କୋରୋନାରେ ମୃତ୍ୟୁ ଘଟିଛି ।
ଗତ କିଛି ଦିନ ହେବ ସେ କୋରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ସେଭନ ହିଲ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ପରିବାର ସଦସ୍ୟ ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ନିଲା ସତ୍ୟନାରାୟଣ ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ରାଜ୍ୟର ବିଭିନ୍ନ ବିଭାଗରେ ମୁଖ୍ୟ ସଚିବ ରୂପେ ମଧ୍ୟ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏଥିସହ ଗୃହ ବିଭାଗରେ ମୁଖ୍ୟ ସଚିବ ଭାବେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ରହିଛି । ଏହାଛଡା ସେ ଖବରକାଗଜ ପାଇଁ ଜଣେ ପ୍ରବୀଣ ଲେଖିକ ଥିଲେ । ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ମଧ୍ୟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ