ETV Bharat / bharat

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଏଚ.ଡି ଦେବଗୌଡା

ରାଜ୍ୟସଭାର ସଦସ୍ୟ ଭାବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ମୁଖ୍ୟ ଏଚଡି ଦେବଗୌଡା ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି । ଶପଥ ପାଠ କରାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

author img

By

Published : Sep 20, 2020, 9:43 AM IST

Updated : Sep 20, 2020, 9:53 AM IST

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା

ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟସଭାର ସଦସ୍ୟ ଭାବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ମୁଖ୍ୟ ଏଚଡି ଦେବଗୌଡା ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି । ଶପଥ ପାଠ କରାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ବିଧାୟକଙ୍କ ଅନୁରୋଧକ୍ରମେ ସେ ରାଜ୍ୟସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ।

ଦେବେଗୌଡା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ 1994ରୁ 1996 ପର୍ଯ୍ୟନ୍ତ ରହିଥିଲେ। ଏଥିସହ ଦେଶର 11 ତମ ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟିତ୍ବ ନେଇଥିଲେ । ସେ କର୍ଣ୍ଣାଟକର ହାସନ ନିର୍ବାଚନମଣ୍ଡଳୀକୁ 14, 15, 16 ତମ ଲୋକସଭା ଭାବରେ ପ୍ରତିନିଧିତ୍ୱ କରିଥିଲେ ।

କର୍ଣ୍ଣାଟକ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ଜୁନ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କର୍ଣ୍ଣାଟକରେ ୪ଟି ରାଜ୍ୟସଭା ଆସନରେ ହୋଇଥିବା ଏହି ନିର୍ବାଚନରେ ବିଜେପି ୨ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ମଧ୍ୟ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଗୋଟିଏ ଆସନରେ ପ୍ରାର୍ଥୀ କରିଥିଲା।

କୋରୋନା କଟକଣା ମଧ୍ୟରେ ସେପ୍ଟେମ୍ବର 14 ତାରିଖରୁ ଚଳିତ ମୌସୁମୀ ଅଧିବେଶନ ଆରମ୍ଭ । ଆଜି ଅଧିବେଶନର ସପ୍ତମ ଦିନରେ ପହଞ୍ଚିଛି । ସେପଟେ ଆଜି ରାଜ୍ୟସଭାରେ କୃଷି ସଂକ୍ରାନ୍ତ ବିଲ ଆଗତ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 20, 2020, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.