ETV Bharat / bharat

ପ୍ରଣବ ଚାହିଁଲେ ୟୁପିଏ-3 ସମ୍ଭବ ! - ପ୍ରଣବ

ୟୁପିଏ ପାଇଁ ସଙ୍କଟମୋଚକ ସାଜି ପାରନ୍ତି ପ୍ରଣବ । ସଫଳ ହେବ କି ୟୁପିଏ-3 । ପ୍ରଣବ-ଗେହଲୋଟ ସାକ୍ଷାତ ପରେ ଏପରି ଚର୍ଚ୍ଚା ଏବେ ଜୋର ଧରିଛି ।

ଫଟୋ ସୌଜନ୍ୟ: @CitiznMukherjee
author img

By

Published : May 18, 2019, 11:13 AM IST

Updated : May 18, 2019, 12:49 PM IST

ନୂଆଦିଲ୍ଲୀ: ଯଦି ଏନଡିଏକୁ ବହୁମତ ନ ମିଳୁଛି, ତେବେ ୟୁପିଏ-3 ସମ୍ଭବ ତ ? ଅଣ-ୟୁପିଏ ଏବଂ ଅଣ-ଏନଡିଏ ଦଳ ଗୁଡିକର କ’ଣ ରହିବ ଆଭିମୁଖ୍ୟ ? 23 ଫଳାଫଳ ପୂର୍ବରୁ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ସହ ବିଭିନ୍ନ ଆଞ୍ଚଳିକ ଦଳର ମୁଖ୍ୟଙ୍କ ଭେଟଘାଟ ବି ଜାରି ରହିଛି । ଅନ୍ୟପଟେ ମୋଦି ହଟାଓ ମିଶନକୁ ସଫଳ କରିବାରେ ଲାଗିପଡିଛି କଂଗ୍ରେସ । ଆଉ ଠିକ ଏହି ସମୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗେହଲୋଟ ସାକ୍ଷାତ କରିବା ଘଟଣା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଘଡିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପାଇଁ ସଙ୍କଟମୋଚକ ସାଜିପାରନ୍ତି ପ୍ରଣବ । ଯଦି ପ୍ରଣବ ଚାହାଁନ୍ତି କିଛି ବି ହୋଇପାରେ ରାଜନୈତିକ ସମୀକରଣ । ଯେଉଁଥି ପାଇଁ ପ୍ରଣବ ଏବଂ ଗେହଲୋଟଙ୍କ ସାକ୍ଷାତକୁ ରାଜନୈତିକ ଦୃଷ୍ଟିକୋଣରୁ ବେଶଗୁରୁତ୍ବ ମନେ କରାଯାଉଛି । ବିଭିନ୍ନ ଆଞ୍ଚଳିକ ଦଳରେ ନେତା ଏବେ ପ୍ରଧାନମନ୍ତ୍ରୀ ଦୌଡରେ ଥିବାବେଳେ ୟୁପିଏ-3କୁ ସଫଳ କରିବା କଂଗ୍ରେସ ପାଇଁ କଷ୍ଟକର ହୋଇପାରେ । ଆଉ ଏଭଳି ସମୟରେ ପ୍ରଣବଙ୍କ ଆବଶ୍ୟକତା ଦଳ ଚାହିଁବା ସ୍ବାଭାବିକ କଥା ।

ଏହି କଥା କେହି ବୁଝୁ ବା ନବୁଝୁ, ଅନ୍ତତଃ ଦୀର୍ଘ ସମୟ ରାଜନୈତିକ ଜୀବନ ମଧ୍ୟରେ ସୋନିଆ ଗାନ୍ଧୀ ବେଶ ଭଲ ଭାବରେ ବୁଝିଥିବେ । କେବଳ ଯୁପିଏରେ ନୁହେଁ, ଏନଡିଏରେ ବି ପ୍ରଣବଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ବହୁ ଆଞ୍ଚଳିକ ଦଳର ନେତାଙ୍କ ସହ ପ୍ରଣବଙ୍କ ସମ୍ପର୍କ ଅତି ଉତ୍ତମ । କୌଣସି ନା କୌଣସି କାରଣରୁ ପ୍ରଣବଙ୍କ ପ୍ରତି ସଭିଙ୍କ ଏକ ଭଲପାଇବା ରହିଥାଏ ।

ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳର ବଡ ବଡ ନେତାଙ୍କ ସହ ପ୍ରଣବଙ୍କ ସମ୍ପର୍କ ରହିଛି । ପ୍ରଣବଙ୍କ ପ୍ରତି ବହୁ ନେତାଙ୍କ ସମ୍ମାନ ରହିଛି । ରାଜନୈତିକ ଅଙ୍କ କଷିବାରେ ବେଶ ଧୁରନ୍ଧର ସେ । ପ୍ରଖୋଦ ରାଜନୈତିଜ୍ଞ । ତେଣୁ ପ୍ରଣବ ଚାହିଁଲେ, କିଛି ବି ହୋଇପାରିବ । ଅଣ-ୟୁପିଏ ଓ ଅଣ-ଏନଡିଏ ସରକାର ଚାହୁଁଥିବା ଦଳର ନେତାଙ୍କୁ ମନେଇବା ଦକ୍ଷତା ପ୍ରଣବଙ୍କ ପାଖରେ ରହିଥିବା ଚର୍ଚ୍ଚା ହେଉଛି । ଆଉ ଏଭଳି ସ୍ଥିତିରେ ଶୁକ୍ରବାର ଗେହଲୋଟ ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ପୂର୍ବ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ଘଟଣା ବେଶ ଗୁରୁତ୍ବବହନ କରୁଛି ।

କହିରଖୁଛୁ, ଗତବର୍ଷ ନାଗପୁରରେ ଆୟୋଜିତ ଆରଏସଏସର ଏକ କାର୍ଯ୍ୟକ୍ରମକୁ ଯାଇଥିଲେ ପ୍ରଣବ ମୁଖାର୍ଜୀ । ଯାହାକୁ ନେଇ ସେ କଂଗ୍ରେସ ଉପରେ ଖପ୍ପା ଥିବା ଏବଂ ବିଜେପି ଆଡକୁ ଢଳୁଥିବା ଚର୍ଚ୍ଚା ଜୋର ଧରିଥିଲା ।

Intro:Body:

sdgsd

Conclusion:
Last Updated : May 18, 2019, 12:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.