ନୂଆଦିଲ୍ଲୀ: କୋରୋନା କବଳରେ ଧିରେ ଧିରେ ଗ୍ରାସିବାରେ ଲାଗିଛି ସମଗ୍ର ବିଶ୍ବ । ଭାରତରେ ମଧ୍ୟ ଏହାର ପ୍ରଭାବ ପ୍ରଳୟଙ୍କରୀ ରୂପ ନେବା ଆରମ୍ଭ କରିଥିବା ବେଳେ ସୋମବାର ଏଥିରେ ସଂକ୍ରମିତ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଏନେଇ ସେ ନିଜ ବ୍ୟକ୍ତିଗତ ଟ୍ବିଟରରେ ସୂଚନା ଦେଇଛନ୍ତି ।
ଏହି ଟ୍ବିଟରେ ସେ ପ୍ରକାଶ କରିଛନ୍ତି ଟେଷ୍ଟିଂ ପରେ ସେ ପଜିଟିଭ ଥିବା ଜଣାପଡିଛି । ଏନେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଥିସହ ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ବ୍ୟକ୍ତିମାନେ ନିଜକୁ କ୍ବାରେଣ୍ଟାଇନରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଚିନ୍ତା ପ୍ରକାଶ କରିବା ସହ ମୁଖାର୍ଜୀଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।