ETV Bharat / bharat

ଝାଡୁ ଛାଡି ପୁଣି ହାତ ଧରିଲେ ଅଜୟ କୁମାର - ଅଜୟ କୁମାର

ଝାଡଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଅଜୟ କୁମାର ପୁନର୍ବାର କଂଗ୍ରେସର ହାତ ଧରିଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଅଜୟ । ଅଧିକ ପଢନ୍ତୁ...

ଝାଡୁ ଛାଡି ପୂନର୍ବାର କଂଗ୍ରେସର ହାତ ଧରିଲେ ଅଜୟ କୁମାର

author img

By

Published : Sep 27, 2020, 4:32 PM IST

ରାଞ୍ଚି: ପୁନର୍ବାର କଂଗ୍ରେସର ହାତ ଧରିଛନ୍ତି ପୂର୍ବତନ ସାଂସଦ ଅଜୟ କୁମାର । ଝାଡଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଅଜୟ କୁମାର ଗତ ବର୍ଷ ସେପ୍ଟେମ୍ବରରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।

2019 ଲୋକସଭା ନିର୍ବାଚନରେ ​​କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଅଜୟ କୁମାର ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟ କଂଗ୍ରେସ ଦୁଇ ଭାଗ ହୋଇଯାଇଥିଲା ।

ଗୋଟିଏ ଗୋଷ୍ଠୀ ଅଜୟକୁମାରଙ୍କ ପାଖକୁ ଆସିଯାଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ନେତୃତ୍ବ ପୂର୍ବତନ ମନ୍ତ୍ରୀ ସୁବୋଧକାନ୍ତ ସହାୟ ନେଇଥିଲେ । ସହାୟ ଏବଂ ଅନ୍ୟ ନେତାମାନେ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ନିଜ ପରିବାରର ସଦସ୍ୟଙ୍କୁ ଟିକଟ ଦେଇଥିବା ନେଇ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.