ETV Bharat / bharat

ଆଜି ଶିଶୁ ଦିବସ, ଚାଚା ନେହେରୁଙ୍କୁ ମନେ ପକାଉଛି ଦେଶ - today is childrens day

ଆଜି ହେଉଛି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ । ପ୍ରତିବର୍ଷ ଆଜିର ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଅଧିକ ପଢନ୍ତୁ...

ଆଜି ଶିଶୁ ଦିବସ, ପ୍ରଥମ ପ୍ରଧାନମନ୍ତ୍ରୀ ନେହୁରୁଙ୍କ 131 ତମ ଜନ୍ମଦିନ

author img

By

Published : Nov 14, 2020, 8:51 AM IST

ହାଇଦ୍ରାବାଦ: ଆଜି ନଭେମ୍ବର 14 ତାରିଖ, ଶିଶୁ ଦିବସ । ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ 131 ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପଣ୍ଡିତ ନେହେରୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନେହୁରୁଙ୍କ ଜନ୍ମଦିନକୁ ପ୍ରତିବର୍ଷ ଶିଶୁ ଦିବସ ରୂପେ ପାଳନ କରାଯାଇ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଷ୍ଠାନ ବଣ୍ଟନ କରାଯାଏ । ଜବହାରଲାଲ ନେହୁରୁଙ୍କୁ ମନେ ପକାଯାଏ । ହେଲେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିବା ହେତୁ ଶିକ୍ଷାନୁଷ୍ଠାନଗୁଡିକରେ ଶିଶୁ ଦିବସ ପାଳନ କରାଯାଇ ପାରିନାହିଁ ।

ପଣ୍ଡିତ ଜବହାରଲାଲ ନେହେରୁ 1889 ମସିହା ଆଜିର ଦିନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଜନ୍ମଗ୍ରହଣ କରିଥିଲେ । 1947 ମସିହା ଅଗଷ୍ଟ 15 ତାରିଖରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ତେବେ ଶିଶୁମାନଙ୍କ ପ୍ରତି ନେହେରୁଙ୍କ ଗଭୀର ଶ୍ରଦ୍ଧା ଥିଲା । ପିଲାମାନଙ୍କୁ ଖୁବ୍ ସ୍ନେହ କରୁଥିଲେ ସେ । ତେଣୁ ତାଙ୍କୁ ଚାଚା ନେହୁରୁ ବୋଲି ସମ୍ବୋଧନ କରାଯାଉଥିଲା । ତାଙ୍କ ମତରେ ଶିଶୁ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ । 1964 ମସିହା ପୂର୍ବରୁ ଭାରତରେ ନଭେମ୍ବର 20 ରେ ଶିଶୁ ଦିବସ ପାଳନ କରାଯାଉଥିଲା । ମାତ୍ର ନେହେରୁଙ୍କ ଦେହାନ୍ତ ପରେ ଅର୍ଥାତ 1964 ମସିହା ପରଠାରୁ ପ୍ରଧାନମନ୍ତ୍ରୀ ନେହୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କ ଜନ୍ମଦିବସ ନଭେମ୍ବର 14 କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.