ETV Bharat / bharat

ସତ ମାନିଲେ ପୂର୍ବତନ ପାକ୍ କୂଟନୈତିଜ୍ଞ, ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଛନ୍ତି 300 ଆତଙ୍କୀ

author img

By

Published : Jan 9, 2021, 7:28 PM IST

ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକରେ 300 ଆତଙ୍କବାଦୀ ନିପାତ ହୋଇଛନ୍ତି । ପୂର୍ବତନ ପାକ୍ କୂଟନୈତିଜ୍ଞ ଜଫର ହିଲାଲୀ ଏହା ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ...

Former Pak diplomat admits 300 casualties in Balakot airstrike by India
'ଭାରତର ବାଲାକୋଟ ଏୟାରଷ୍ଟ୍ରାଇକରେ ମୃତ୍ୟୁବରଣ କରିଥିଲେ 300 ଆତଙ୍କବାଦୀ'

ନୂଆଦିଲ୍ଲୀ: ସତ ମାନିଲା ପାକିସ୍ତାନ । ବାଲାକୋଟ ଏୟାର ଷ୍ଟ୍ରାଇକରେ ନିପାତ ହୋଇଛନ୍ତି 300 ଆତଙ୍କୀ । ପାକିସ୍ତାନର ଘରୋଇ ଚ୍ୟାନେଲରେ ଜଣେ ପୂର୍ବତନ କୂଟନୈତିଜ୍ଞ ଏହା ସ୍ବୀକାର କରିଛନ୍ତି ।

ଭାରତ 2019 ମସିହା ଫେବୃଆରୀ 26 ତାରିଖରେ ପାକିସ୍ତାନ ବାଲାକୋଟରେ କରିଥିବା ଏୟାରଷ୍ଟ୍ରାଇକରେ 300 ଆତଙ୍କବାଦୀ ନିପାତ ହୋଇଥିବା ପୂର୍ବତନ ପାକ୍ କୂଟନୈତିଜ୍ଞ ଜଫର ହିଲାଲୀ ଶନିବାର ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ସ୍ବୀକାର କରିଛି ।

ତେବେ ପୂର୍ବରୁ ପାକିସ୍ତାନ ଏହି ଏୟାରଷ୍ଟ୍ରାଇକରେ କେହି ମୃତାହତ ହୋଇନଥିବା କହିଥିବା ବେଳେ ପାକ୍ କୂଟନୈତିଜ୍ଞ 300 ଆତଙ୍କୀ ନିପାତ ହୋଇଥିବା କହିଛନ୍ତି । ତେବେ ଏହି ବ୍ୟକ୍ତି ଜଣକ ପାକିସ୍ତାନର ବିଭିନ୍ନ ଟେଲିଭିଜନ କାର୍ଯ୍ୟକ୍ରମରେ ସର୍ବଦା ପାକିସ୍ତାନ ସୈନ୍ୟଙ୍କ ପକ୍ଷ ନେଉଥିବା ବେଳେ ଶନିବାର ସେମାନଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି ।

ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟଠାରେ ଥିବା ଜୈଶ-ଇ-ମହମ୍ମଦ (ଜେଇମ) ଆତଙ୍କବାଦୀ ତାଲିମ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ତେବେ ଏହି ଆକ୍ରମଣ ସମୟରେ ଶିବିରରେ କୌଣସି ଆତଙ୍କବାଦୀ ଉପସ୍ଥିତି ନଥିବା ପାକିସ୍ତାନ କହିଥିଲା ।

ପ୍ରକାଶ ଯେ, 2019 ଫେବୃଆରୀ 14ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 40ଜଣ CRPF ଯବାନ ଶହୀଦ ହୋଇଥିଲେ।

ପାକିସ୍ତାନୀ ଚ୍ୟାନେଲରେ ଏକ ବିତର୍କ ସମୟରେ ଜଫର ହିଲାଲୀ କହିଛନ୍ତି, "ଭାରତ ଅନ୍ତର୍ଜାତୀୟ ସୀମା ଡେଇଁ ଏୟାର ଷ୍ଟ୍ରାଇକରେ 300 ଆତଙ୍କୀଙ୍କୁ ନିପାତ କରିଛି । କିନ୍ତୁ ପାକିସ୍ତାନର ଲକ୍ଷ୍ୟ ସେମାନଙ୍କଠାରୁ ଭିନ୍ନ ଥିଲା । ପାକିସ୍ତାନ ସୈନ୍ୟ ଭାରତର ହାଇ କମାଣ୍ଡକୁ ଟାର୍ଗେଟ କରିଥିଲେ । ସର୍ଜିକାଲ୍ ଷ୍ଟ୍ରାଇକରେ ଦେଶର କୌଣସି ବିଶେଷ କ୍ଷତି ଘଟିନଥିଲା । ତେବେ ଭାରତ ଯେତିକି ମାତ୍ରାରେ ପାକିସ୍ତାନର କ୍ଷତି ଘଟାଇବ, ପାକିସ୍ତାନ ମଧ୍ୟ ସେତିକି ମାତ୍ରାରେ ତାଙ୍କୁ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.