ETV Bharat / bharat

ପୂର୍ବତନ ସାଂସଦଙ୍କୁ 7 ଦିନ ଭିତରେ ବଙ୍ଗଳା ଖାଲିକରିବାକୁ ନିର୍ଦ୍ଦେଶ - deadline to vacate houses

ସମସ୍ତ ପୂର୍ବତନ ସାଂସଦଙ୍କୁ ନିଜ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । ଏହାକୁ ଖାଲି କରିବାକୁ ସେମାନଙ୍କୁ 7 ଦିନର ସମୟ ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Aug 20, 2019, 1:51 AM IST

ନୂଆଦିଲ୍ଲୀ: ସମସ୍ତ ପୂର୍ବତନ ସାଂସଦଙ୍କୁ ନିଜ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । ଏହାକୁ ଖାଲି କରିବାକୁ ସେମାନଙ୍କୁ 7 ଦିନର ସମୟ ଦିଆଯାଇଛି । ଏହା ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବଙ୍ଗଳା ଖାଲି ନକଲେ ବିଜୁଳି, ଜଳ ଏବଂ ଗ୍ୟାସ ସଂଯୋଗ କାଟି ଦିଆଯିବ ବୋଲି କୁହାଯାଇଛି । ଲୋକସଭାର ଆବାସ ସମିତି ଏନେଇ ସୋମବାର ଆଦେଶ ଜାରି କରିଛି ।

ତେବେ ବଙ୍ଗଳା ଖାଲି କରିବାକୁ ୭ ଦିନର ସମୟ ନିର୍ଦ୍ଧାରିତ ହୋଇଥିଲେ ବି ୩ ଦିନ ମଧ୍ୟରେ ସାଂସଦମାନଙ୍କ ବାସଭବନକୁ ପାଣି,ବିଜୁଳି ଓ ଗ୍ୟାସ ଯୋଗାଣ ବନ୍ଦ କରି ଦିଆଯିବ ବୋଲି ସମିତି ଅଧ୍ୟକ୍ଷ ସିଆର ପାଟିଲ କହିଛନ୍ତି। ଆବାସ ସମିତିର ଏହି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ଲୋକସଭାର ପ୍ରାୟ 200ରୁ ଉର୍ଦ୍ଧ୍ବ ପୂର୍ବତନ ସାଂସଦ ଏବେ ସୁଦ୍ଧା ନିଜ ସରକାରୀ ବାସଭବନ ଖାଲି କରିନାହାନ୍ତି । ସେମାନଙ୍କୁ ଖାଲି କରିବାକୁ କୁହାଯିବା ସତ୍ତ୍ବେ ସେମାନେ ଏ ଦିଗରେ କର୍ଣ୍ଣପାତ କରୁ ନାହାନ୍ତି । ତେଣୁ କେନ୍ଦ୍ର ସରକାର ଶେଷରେ ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡିଛି। ନିୟମ ଅନୁସାରେ, ସଂସଦ ଭଙ୍ଗ ହେବାର ଗୋଟିଏ ମାସ ମଧ୍ୟରେ ପୂର୍ବତନ ସାଂସଦମାନେ ସେମାନଙ୍କୁ ମିଳିଥିବା ସରକାରୀ ବାସଭବନକୁ ଖାଲି କରିବାକୁ ହୁଏ । ୧୬ ତମ ଲୋକସଭା ଅଧିବେଶନ ମେ ୨୫ ରେ ଭାଙ୍ଗିଥିଲା। ଏହି ହିସାବରେ ପୂର୍ବତନ ସାଂସଦମାନେ ଜୁନ ୨୫ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାର ଥିଲା । କିନ୍ତୁ କିଛି ସାଂସଦ ଏବେ ସୁଦ୍ଧା ସରକାରୀ ବଙ୍ଗଳାରେ ରହୁଛନ୍ତି । ଫଳରେ ନବ ନିର୍ବାଚିତ ସାଂସଦଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.