ଜୟପୁର: ଆରପାରିରେ ରାଜସ୍ଥାନ ବିକାନୀରର ପୂର୍ବତନ ମହାରାଣୀ ପଦ୍ମା କୁମାରୀ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହଲଦିରାମ ମୁଲଚାନ୍ଦ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ସେ ପୂର୍ବତନ ବିକାନେର ମହାରାଜା ନରେନ୍ଦ୍ର ସିଂଙ୍କ ପତ୍ନୀ ଥିଲେ । ତାଙ୍କ ଝିଅ ବର୍ତ୍ତମାନ ବିକାନୀର ବିଜେପି ବିଧାୟକ ଅଟନ୍ତି।
ତାଙ୍କର ଶେଷ ମୁହୂର୍ତ୍ତରେ, ତାଙ୍କ ଝିଅ ସିଦ୍ଧ କୁମାରୀ, ରାଜ ପରିବାରର ଅନ୍ୟମାନଙ୍କ ସହିତ ଡାକ୍ତରଖାନାରେ ଉପସ୍ଥିତ ଥିଲେ। ପୂର୍ବତନ ରାଣୀ ହିମାଚଳ ପ୍ରଦେଶର ଚାମ୍ବା ରାଜ ପରିବାରର ଥିଲେ। ସେ 2003 ରେ ପୂର୍ବତନ ବିକାନୀର ମହାରାଜା ନରେନ୍ଦ୍ର ସିଂଙ୍କୁ ବିବାହ କରିଥିଲେ।
ତେବେ ପୂର୍ବତନ ରାଣୀଙ୍କ ଅନ୍ତିମ ରୀତିନୀତି ଆଜି ଅନୁଷ୍ଠିତ ହେବ। ତାଙ୍କ ମୃତଦେହକୁ ବିକାନୀରର ପ୍ରାଚୀନ ଜୁନଗଡ଼ ଦୁର୍ଗରେ ରଖାଯାଇଛି। ଅନ୍ତିମ ରୀତିନୀତି ପାଇଁ ତାଙ୍କ ମୃତ ଦେହକୁ ଦେବୀ କୁଣ୍ଡ ସାଗରକୁ ନିଆଯିବ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ