ETV Bharat / bharat

ସିଏଏ ଓ ଏନଆରସିକୁ ନେଇ ଜେଏନୟୁ ପୂର୍ବତନ ଛାତ୍ରନେତାଙ୍କ ଗଣଧାରଣା

author img

By

Published : Feb 15, 2020, 3:02 PM IST

ରାଜସ୍ଥାନର ଟୋଙ୍କରେ ସିଏଏ ଓ ଏନଆରସିକୁ ନେଇ ପୂର୍ବତନ ଜେଏନୟୁ ଛାତ୍ରନେତାଙ୍କ ଗଣଧାରଣା ଜାରି । ଦେଶ ବଞ୍ଚାଅ ସମ୍ବିଧାନ ବଞ୍ଚାଅ ବ୍ୟାନର ଲଗାଇ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରୁଛନ୍ତି । ଟୋଙ୍କରେ ଡିସେମ୍ବର 21ରୁ ଆରମ୍ଭ ହୋଇଥିବା ଅନିଶ୍ଚିତକାଳ ଆନ୍ଦୋଳନ ଚାଲୁ ରହିଛି । ଅଧିକ ପଢନ୍ତୁ...

former-jnu-student-protest-in-tonk-against-caa-and-nrc
ସିଏଏ ଓ ଏନଆରସି କୁ ନେଇ ଜେଏନୟୁ ପୂର୍ବତନ ଛାତ୍ରନେତାଙ୍କ ଗଣଧାରଣା

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ସିଏଏ ଓ ଏନଆରସି ବିରୋଧରେ ଚାଲିଥିବା ଜୟପୁରର ରାଲିରେ ଯୋଗଦେଇଥିଲେ । ଏହି ସମୟରେ ଟୋଙ୍କର ମୋତିବାଗରେ ଚାଲିଥିବା ଧାରଣାରେ ସିଏମ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ନଦିମ ଖାନ ।

ଜବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବ ଛାତ୍ର ନେତା ନଦିମ ଖାନ ନିଜ ଭାଷଣରେ ମୁଁ କଂଗ୍ରେସର ଲୋକଙ୍କୁ କହିବାକୁ ଚାହୁଁଛି । ରାଜ୍ୟର ମୁଖିଆ ଅଶୋକ ଗେହଲଟ ଓ ସଚିନ ପାଇଲଟ ଭାବୁଛନ୍ତି ପାଞ୍ଚ ବର୍ଷପରେ ପୁଣି ଥରେ ଟୋଙ୍କରେ ଆସିବେ । ଏଭଳି ଭାବିବା ଭୁଲିଯାଅ । ଏହି ଛାତ୍ରନେତା ଜଣକ ସଚିନ ପାଇଲଟକୁ ଜୋରଦାର ସମାଲୋଚନା କରିଥିଲେ । ଜେଏନୟୁ ପୂର୍ବ ଛାତ୍ର ନେତା ଖାଲିଦ ମଧ୍ୟ ନିଜ ଭାଷଣରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହାକୁ ସମାଲୋଚନା କରିଥିଲେ । ଦେଶରେ କେବେ ବି କୌଣସି ସ୍ଥାନରେ ସ୍ବର ଉତ୍ତୋଳନ କରିପାରିବେ ନାହିଁ । ତାଙ୍କୁ ଗଦ୍ଦାରର ଆଖ୍ୟା ଦିଆଯାଉଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ବିଧାନସଭାରେ ଘେରାଉ କରାଯିବ ବୋଲି କହିଛନ୍ତି ।

ସୂଚନା ଥାଉକି ରାଜସ୍ଥାନରେ ଟୋଙ୍କର ମୋତିବାଗରେ ଦେଶ ବଞ୍ଚାଅ ସମ୍ବିଧାନ ବଞ୍ଚାଅ ବ୍ୟାନର ଲଗାଇ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ଅନଶ୍ଚିତ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଜେଏନୟୁର ପୂର୍ବଛାତ୍ର ନେତା ଉମର ଖାଲିଦ, ୟୁନାଇଟେଡ ଅଗଷ୍ଟ ହେଟ ନଦିମ ଖାନ ଓ ବିଭିନ୍ନ ଦଳରେ ନେତା ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାଷଣ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.