ETV Bharat / bharat

ଉମର ଖାଲିଦକୁ 10 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

author img

By

Published : Sep 14, 2020, 9:21 PM IST

ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦକୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ରବିବାର ଖାଲିଦକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଉମର ଖାଲିଦକୁ 10 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ
ଉମର ଖାଲିଦକୁ 10 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦକୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । କଡକଡଡୁମା କୋର୍ଟରେ ଉମର ଖାଲିଦକୁ 10 ଦିନ ରିମାଣ୍ଡରେ ନେବା ପାଇଁ ଅପିଲ କରିଥିଲା ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦକୁ ୟୁପିଏ ଆକ୍ଟ ଅଧିନରେ ଗିରଫ କରିଛି । ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ରବିବାର ରାତିରେ ଖାଲିଦକୁ ଗିରଫ କରାଯାଇଥିଲା । ତେବେ ତାକୁ କୋର୍ଟରେ ହାଜର କରାଯିବାକୁ ଥିଲା, କିନ୍ତୁ ପୋଲିସ ଉମରକୁ କୋର୍ଟକୁ ନେବା ପରିବର୍ତ୍ତେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରାଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ ଜଜ ଅମିତାଭ ରାୱତଙ୍କୁ ଉମର ଖାଲିଦକୁ 10 ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେବା ପାଇଁ କହିଥିଲା । ରିମାଣ୍ଡ ଅପିଲକୁ ଉମର ଖାଲିଦଙ୍କ ଓକିଲ ବିରୋଧ କରିଥିଲେ । ତାଙ୍କ ଜୀବନ ବିପଦରେ ଥିବା ସେ ଦାବି କରିଥିଲେ ।

6 ମାର୍ଚ୍ଚ 2020ରେ ଖାଲିଦ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ପରିପ୍ରେକ୍ଷୀରେ ଆମେରିକାର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଲୋକଙ୍କୁ ସଂଗଠିତ କରିବା, ଆପତ୍ତିଜନକ ଭାଷଣ ଦେବା, ରାସ୍ତାରେ ଅଭିନୟ କରିବାକୁ ଉତ୍ସାହିତ କରିବା ଭଳି ବିଭିନ୍ନ ଅଭିଯୋଗର ରହିଛି । ଖାଲିଦ ହିଂସାକୁ ଉସକାଇବା ଏବଂ ହିଂସାର ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରଚିଥିବା ମଧ୍ୟ ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.