ETV Bharat / bharat

ବଢିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ଅଡୁଆ, ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ପଠାଇଲେ ଖୋଲା ଚିଠି - canada pm statement

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅଡୁଆରେ ପଡିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତର ପୂର୍ବତନ ରାଷ୍ଟ୍ରଦୂତମାନେ କାନାଡା ପ୍ରଧାନମନ୍ତ୍ରୀଙ୍କ ନାଁରେ ଲେଖିଛନ୍ତି ଖୋଲା ଚିଠି । ଅଧିକ ପଢନ୍ତୁ...

ବଢିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ଅଡୁଆ, ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ପଠାଇଲେ ଖୋଲା ଚିଠି

author img

By

Published : Dec 14, 2020, 6:44 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି 19 ଦିନରେ ପହଞ୍ଚିଛି ଚାଷୀଙ୍କ ଆନ୍ଦୋଳନ । ଚାଷୀମାନେ କ୍ରମାଗତ ସରକାରଙ୍କ ଉପରେ ଚାପ ପକାଇବାକୁ ଜାରି ରଖିଛନ୍ତି ପ୍ରଦର୍ଶନ । ସେପଟେ ଆନ୍ଦୋଳନରତ ଚାଷୀଙ୍କ ପ୍ରଦର୍ଶନ ଶେଷ କରିବାକୁ ସକାରାତ୍ମକ ସନ୍ଦେଶ ଦିଆଯାଉଛି । ଏହାରି ମଧ୍ୟରେ ଭାରତର ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅଡୁଆରେ ପଡିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏନେଇ କ୍ରମାଗତ ତାଙ୍କ କଡା ସମାଲୋଚନା କରାଯାଉଛି ।

ଗୋଟିଏ ପକ୍ଷେ ଚାଷୀ ଆନ୍ଦୋଳନ ସମର୍ଥନରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ଭାରତ ସରକାର କଡା ପ୍ରତିକ୍ରିୟା ଦେଇସାରିଥିବା ବେଳେ ଏବେ ଭାରତର ପୂର୍ବତନ ରାଷ୍ଟ୍ରଦୂତମାନେ ମଧ୍ୟ ତାଙ୍କ ନାଁରେ ଲେଖିଛନ୍ତି ଖୋଲା ଚିଠି । ଏଥିରେ କାନାଡାରେ ନିଯୁକ୍ତ ପୂର୍ବତନ ଭାରତୀୟ ହାଇକମିସନର ବିଷ୍ଣୁପ୍ରକାଶ ମଧ୍ୟ ସାମିଲ ରହିଛି । ତେବେ ଏହା କାନାଡାରେ ଭୋଟ ବ୍ୟାଙ୍କ୍‌ର ରାଜନୀତି ବୋଲି ଏହି ଚିଠିରେ ଲେଖା ହୋଇଛି ।

ଏହା ପୂର୍ବରୁ ଚାଷୀ ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ସମେତ କାନାଡାର ଅନ୍ୟ ନେତାଙ୍କ ଟିପ୍ପଣୀ ପାଇଁ କାନାଡା ହାଇକମିଶନଙ୍କୁ ସମନ ଜାରି କରିଥିଲା ଭାରତ । ଚାଷୀ ଆନ୍ଦୋଳନ ମାମଲାରେ କାନାଡା ନେତାଙ୍କ ଟିପ୍ପଣୀ ଆମ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ । ଏହାକୁ ବରଦାସ୍ତ କରାଯିବାନି ବୋଲି କହିଥିଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭାରତର ଚାଷୀ ଆନ୍ଦୋଳନକୁ ସମର୍ଥନ କରି କାନାଡାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଅଧିକାରର ସର୍ବଦା ସୁରକ୍ଷା କରିବେ ବୋଲି ବୟାନ ଦେଇଥିଲେ । ଗୁରୁ ନାନକ ଜୟନ୍ତୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶିଖ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ । ଏହି ସମୟ ମଧ୍ୟରେ ସେ ଭାରତରେ ଚାଷୀ ଆନ୍ଦୋଳନ ଉପରେ ଆଲୋକପାତ କରି କହିଥିଲେ ଯେ ଭାରତର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.