ଚେନ୍ନାଇ: ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ସିଏସ କରନ ଅଟକ । ଧାରା 295 ଓ ଧାରା 153ରେ ଚେନ୍ନାଇ ପୋଲିସର ସାଇବର ସେଲ ତାଙ୍କୁ ଅଟକ ରଖିଛି । ନିଜର ବିବାଦୀୟ ବୟାନ ପାଇଁ ତାଙ୍କୁ ଅଟକ ରଖାଯାଇଛି ।
କିଛି ଦିନ ପୂର୍ବେ କରନ ଏକ ଭିଡିଓ ପୋଷ୍ଟ କରି କିଛି ସୁପ୍ରିମକୋର୍ଟ ବିଚାରପତି ଓ ହାଇକୋର୍ଟ ବିଚାରପତି କୋର୍ଟରେ ଥିବା ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଅନ୍ତି ବୋଲି କହିଥିଲେ । ଯାହା ବିବାଦ ଘେରକୁ ଆସିଥିଲା ।
ଏହି ଭିଡିଓ ପରେ ମାଡ୍ରାସ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ ।
ଏହାପୂର୍ବରୁ କରନ ସୁପ୍ରିମକୋର୍ଟ, ନ୍ୟାୟାପାଳିକା ଓ ନ୍ୟାୟିକ ପ୍ରକ୍ରିୟାକୁ ଅବମାନନା କରି 2017 ମସିହାରେ 6 ମାସ ଜେଲ ଯାଇଥିଲେ ।