ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ଆକ୍ରମଣ ଅଭିଯୁକ୍ତ ତଥା ଡିୟୁର ପୂର୍ବତନ ପ୍ରଫେସର ଏସଆର ଗିଲାନୀଙ୍କ ଗୁରୁବାର ହୃଦଘାତ୍ରେ ମୃତ୍ୟୁ ହୋଇଛି । ଏ ନେଇ ପରିବାର ବର୍ଗ ସୂଚନା ଦେଇଛନ୍ତି ।
ଜାତୀୟ ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଏସଏଆର ଗିଲାନୀ ଗିରଫ ହୋଇଥିଲେ । ସଂସଦ ଆକ୍ରମଣରେ ସେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ । ପରେ ତାଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷମୁକ୍ତ ଘୋଷଣା କରିଥିଲେ ।