ETV Bharat / bharat

ପାକିସ୍ତାନର ମୁଣ୍ଡ ବିନ୍ଧାଉଛି ‘ହାୱଡି ମୋଦି’

author img

By

Published : Sep 19, 2019, 7:41 PM IST

ଆସନ୍ତା 22 ତାରିଖରେ ଆମେରିକାର ହଷ୍ଟନ ସହରରେ ଅନୁଷ୍ଠିତ ହେବ ହାୱଡି ମୋଦି କାର୍ଯ୍ୟକ୍ରମ । ଏଥିରେ ଉଭୟ ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ । ସେପଟେ ଏହି କାର୍ଯ୍ୟକ୍ରମ ପାକିସ୍ତାନର ମୁଣ୍ଡ ବିନ୍ଧାଉଛି ବୋଲି ପୂର୍ବତନ ପ୍ରଶାସକ ଓ ରାଜନୈତିକ ସମୀକ୍ଷକ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଆସନ୍ତା 22 ତାରିଖରେ ଆମେରିକାର ହଷ୍ଟନ ସହରରେ ଅନୁଷ୍ଠିତ ହାୱଡି ମୋଦି କାର୍ଯ୍ୟକ୍ରମ । ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ରାଷ୍ଟ୍ରପତି ଟ୍ରମ୍ପକୁ ମଧ୍ୟ ଭେଟିବାର ଯୋଜନା ରହିଛି । ସେପଟେ ମୋଦି ଓ ଟ୍ରମ୍ପଙ୍କ ବାରମ୍ବାର ସାକ୍ଷାତ ଫଳରେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କରେ ମଧ୍ୟ ମଧୁରତା ଆସୁଥିବା ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ ଆମେରିକାରେ ହେବାକୁ ଥିବା ହାୱଡ଼ି ମୋଦି କାର୍ଯ୍ୟକ୍ରମରେ ମୋଦିଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହେବେ । ଏନେଇ ରାଜନୈତିକ ସମୀକ୍ଷକ ଆଞ୍ଚଲ ମାଲହୋତ୍ରା କହିଛନ୍ତି କାଶ୍ମୀର ମାମଲାରେ ଟ୍ରମ୍ପ ବିବାଦୀୟ ମନ୍ତବ୍ୟ ଦେବା ପରେ ଏଥିରୁ ଦୁରେଇ ରହିବା ନେଇ ଟ୍ରମ୍ପ ବୁଝିଥିଲେ । ଏହା ସହିତ ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ ପାକିସ୍ତାନର ମୁଣ୍ଡ ବିନ୍ଧାଉଛି ବୋଲି ସେ କହିଥିଲେ ।

ଉଲ୍ଲେଖଯୋଗ୍ୟ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବା ପାଇଁ ଟ୍ରମ୍ପ ଇଚ୍ଛା ପ୍ରକାଶ କରିବା ସହିତ କହିଥିଲେ ।

ସେହିଭଳି ବ୍ୟବସାୟିକ ପ୍ରସଙ୍ଗରେ ଏହି ଦ୍ବିପାକ୍ଷିକ ସମ୍ବନ୍ଧକୁ ନେଇ ସେ କହିଥିଲେ କି ନିକଟରେ ଭାରତରେ ଜିଏସପି( Generalized System of Preference)କୁ ଲାଗୁ କରିବା ପାଇଁ 44 ଆମେରିକୀୟ କଂଗ୍ରେସ ସାଂସଦ ସେମାନଙ୍କ ସରକାର ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ସେହିଭଳି ପୂର୍ବତନ ପ୍ରଶାସନିକ ଅଧିକାରୀ ଜେକେ ତ୍ରିପାଠୀ କହିଛନ୍ତି ଏହି କାର୍ଯ୍ୟକ୍ରମ ନିଶ୍ଚିତ ପକ୍ଷେ ଐତିହାସିକ ହେବ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ଘଟଣା ନିଶ୍ଚିତ ପକ୍ଷେ ଐତିହାସିକ ଘଟଣା ହେବ । ସେହିପରି ପ୍ରଧାନମନ୍ତ୍ରୀଙ୍କ ସହିତ ଆମେରିକୀୟ ରାଷ୍ଟ୍ରପତି ମଧ୍ୟ ସାମିଲ ହେବା ନିଶ୍ଚିତ ଭାବେ ପ୍ରଥମ ଘଟଣା ହେବ ବୋଲି ସେ କହିଥିଲେ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.