ETV Bharat / bharat

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ - ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଶନିବାର ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ଅଧିକ ପଢନ୍ତୁ...

Former Assam CM Tarun Gogois health condition deteriorates
ଆସାମ ପୂର୍ବତନ ସିଏମ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ପୂର୍ବରୁ ହୋଇଥିଲେ କୋରୋନା ଆକ୍ରାନ୍ତ
author img

By

Published : Nov 22, 2020, 7:27 AM IST

ଗୌହାଟୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଏନେଇ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି ବୋଲି ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶନିବାର କହିଛନ୍ତି । ଶନିବାର ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ଇନୋଟ୍ରୋପିକ ସପୋର୍ଟରେ ରଖାଯାଇଥିଲା । ହେଲେ ସେଥିରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ମେକାନିକାଲ ଭେଣ୍ଟିଲେଟରକୁ ସ୍ଥାନାନ୍ତରଣ କରିବାକୁ ପଡିଥିଲା ।

୮୬ ବର୍ଷ ବୟସ୍କ ଗୋଗୋଇ ୨ ମାସ ପୂର୍ବେ କୋଭିଡ ଚିହ୍ନଟ ହେବା ପରେ ତାଙ୍କୁ ପ୍ରଥମେ ଅଗଷ୍ଟ 26 ତାରିଖରେ ଜିଏମଏଚସିରେ ଭର୍ତ୍ତି କରାଯାଇଥିଲା । ଏବଂ ସେ ଅକ୍ଟୋବର 25ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ଶନିବାର ମଧ୍ୟାହ୍ନରେ ସେ ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତରମାନେ ତାଙ୍କୁ ତୁରନ୍ତ ଇନୋଟ୍ରୋପିକ ସପୋର୍ଟକୁ ନେଇଥିଲେ । ଏବେ ଗୋଗୋଇ ସମ୍ପୂର୍ଣ୍ଣ ଅଚେତ ଅଛନ୍ତି ଓ ତାଙ୍କ ଶରୀରର କେତେକ ଅଙ୍ଗ ଅଚଳ ହୋଇଯାଇଥିବା ଡାକ୍ତର ଆଶଙ୍କା କରୁଛନ୍ତି ।

ଔଷଧ ଏବଂ ଅନ୍ୟ ଉପାୟରେ ତାଙ୍କର ଅଙ୍ଗଗୁଡିକୁ ପୁନଃ ସଚଳ କରିବାକୁ ଡାକ୍ତର ଉଦ୍ୟମ ଜାରି ରଖିଛନ୍ତି । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ GMCHର ଡାକ୍ତର ଦଳ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର ବିଶେଷଜ୍ଞଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.