ନୂଆଦିଲ୍ଲୀ : ଯେକୌଣସି ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ଭାରତୀୟ ସେନା । ଏପରି କହିଛନ୍ତି ପୂର୍ବତନ ସେନାମୁଖ୍ୟ ବିପିନ ରାଓ୍ବତ । ମଙ୍ଗଳବାର ସେନା ମୁଖ୍ୟପଦରୁ ଅବସର ନେଇଛନ୍ତି ରାୱତ । ଅବସର ନେବା ପୂର୍ବରୁ ସେ ଦେଇଛନ୍ତି ଏହି ମନ୍ତବ୍ୟ ।
ନୂଆ ସେନାମୁଖ୍ୟ ଲ୍ୟୁଟ୍ନାଣ୍ଟ୍ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେଙ୍କ ଦ୍ବାରା ସେନାର ବିକାଶ କାର୍ଯ୍ୟ ଜାରି ରହିବ ବୋଲି ରାଓ୍ବତ ଆଶା ପ୍ରକାଶ କରିଛନ୍ତି । ଭାରତୀୟ ସେନାରେ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଏହା ଦେଶର ପ୍ରତିରକ୍ଷା ଶକ୍ତିକୁ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାର ରାୱତଙ୍କୁ ତିନି ସେନାର ମୁଖ୍ୟ ପରାମର୍ଶଦାତା ବା ସିଡ଼ିଏସ ଭାବେ ନିଯୁକ୍ତି ପାଇଛନ୍ତି । ତିନି ସେନା ମୁଖ୍ୟଙ୍କ ଉପସ୍ଥିତିରେ ଆଜି ଶପଥ ଗ୍ରହଣ କରିବେ ବିପିନ ରାୱତ ।